om academy

ଆବାସ ଯୋଜନାରେ ଅନିୟମିତାକୁ ନେଇ ଭରତବାହାଲ ଗ୍ରାମବାସୀଙ୍କ ବ୍ଲକ କାର୍ଯ୍ୟାଳୟ ଘେରାଓ

jsm

ପାଟଣାଗଡ, (ଅଜିତ ପୁରୋହିତ) : ମାଳ ମାଳ ସରକାରୀ ଯୋଜନା, ହେଲେ ଅଯୋଗ୍ୟଙ୍କୁ ବରଦାନ ଯୋଗ୍ୟଙ୍କୁ ହତାଦର କରୁଛି ପାଟଣାଗଡ ବ୍ଲକ ପ୍ରଶାସନ । ଏପରିକି ଆବାସ ଯୋଜନାରେ ଠିକ ସମୟରେ ଟଙ୍କା ନ ପାଇ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଧାଇଁ ଧାଇଁ ହଇରାଣ ହେବା ପରେ ବାଧ୍ୟ ହୋଇ ବ୍ଲକ ଘେରିଛନ୍ତି ପାଟଣାଗଡ ବ୍ଲକ ଭରତବାହାଲ ପଞ୍ଚାୟତବାସୀ ।
ପ୍ରଦତ୍ତ ସୂଚନା ଅନୁସାରେ ଭରତବାହାଲ ଗ୍ରାମର ପ୍ରାୟ ୫୦ ହିତାଧିକାରୀ ନିଜ ନିଜ ଆବାସ ସମସ୍ୟାର ସମାଧାନ ପାଇଁ ପାଟଣାଗଡ ବ୍ଲକକୁ ଧାଇଁ ଧାଇଁ ନୟାନ୍ତ ହୋଇଥିଲେ । ସେମାନଙ୍କ କଥାକୁ ନା ନେତା ଶୁଣିଲେ ନା ଅଫିସର! ଏପରିକି ବଲାଙ୍ଗିରରୁ ଆସୁଥିବା ଜଣେ ମହିଳା ଅଧିକାରୀ ହିତାଧିକାରୀଙ୍କୁ ର୍ଦୁବ୍ୟବହାର କରୁଥିବା ଯଶୋବନ୍ତୀ ନାଏକ ଏବଂ ମହାବୀର ନାଏକ ଅଭିଯୋଗ କରିଛନ୍ତି । ଗ୍ରାମରେ ଥିବା ଦୁଇ ମହଲା କୋଠାର ମାଲିକ, ବୋଲେରୋ, ଟ୍ରାକ୍ଟର ମାଲିକମାନେ ମଧ୍ୟ ଅବାସ ଯୋଜନାରେ ସାମିଲ ହୋଇ ଘର ପାଉଥିବା ବେଳେ ଘର ଭୁଷୁଡି ଦୟନୀୟ ଅବସ୍ଥାରେ ଥିବା ଲୋକଙ୍କୁ ଘର ମିଳୁ ନଥିବା ସିଧାସଳଖ ଅଭିଯୋଗ କରିଛନ୍ତି ଭରତବାହାଲ ଗ୍ରାମର ଅଭିଯୋଗକାରୀ ଦେବାର୍ଚ୍ଚନ ଭୁଏ । ନିର୍ଦ୍ଦାରିତ ସମୟ ସୀମା ମଧ୍ୟରେ ଘର ସମ୍ପୁର୍ଣ କଲେ ୨୦ ହଜାର ଟଙ୍କା ପୁରଷ୍କାର ରାଶି ମିିଳୁଥିବା ବେଳେ ତାହା ମଧ୍ୟ ମିଳୁନାହିଁ । ଏପରିକି ଏମଜିଏନଆରଇଜିଏ ଟଙ୍କା ମଧ୍ୟ ମାସ ମାସ ମିଳୁ ନଥିବାରୁ ଶ୍ରମିକମାନଙ୍କୁ ଘର ତିଆରି କରାଉଥିବା ହିତାଧିକାରୀ ପାଉଣା ଦେଇ ନପାରି ଗାଳିଗୁଲଜ ଶୁଣିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି । ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆନ୍ଦୋଳନକାରୀଙ୍କୁ ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ, ଜିିପିଇଓ, ଏବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ବୁଝସୁଝା ପରେ ଗ୍ରାମବାସୀ ବୁଝିଥିଲେ ଏବଂ ତଦନ୍ତ ହୋଇ ସବୁ ସମସ୍ୟାର ସମାଧାନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଟଣାଗଡ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଏ ବିଷୟରେ ଏବିଡିଓ କହିଛନ୍ତି, ଯୋଗ୍ୟ ହିତାଧିକାରୀଙ୍କୁ ୨୦୨୧ ସର୍ଭେରେ ନାମ ପଂଜିକୃତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଥିବା ବେଳେ ଅନ୍ୟାନ୍ୟ ଅଭିଯୋଗ ପାଇଁ ଏକ ଟିମ ଗାଁକୁ ଯାଇ ତଦନ୍ତ କଲା ପରେ ସମସ୍ତ ସମସ୍ୟାର ସମାଧାନ କରାଯିବ ଏବଂ ଅଯୋଗ୍ୟ ହିତାଧିକାରୀ ଘର ପାଇଥିଲେ, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁଚନା ଦେଇଥିଲେ ।

Leave A Reply

Your email address will not be published.