ବିଜୁ ଜନତା ଦଳ ପକ୍ଷରୁ ବୈଠକ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : କୋଭିଡ-୧୯ ର ନିୟମ ପାଳନ କରି ପାଇକମାଲ ବ୍ଲକ ଜୋନ-୨ର ସାତଟି ପଞ୍ଚାୟତର ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ସାତ ଜଣଙ୍କର ସମାବେଶ ବ୍ଳକ ସଭାପତି ରାଜେନ୍ଦ୍ର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସମାଜ ପାଇଁ ମହିଳାଙ୍କ ଭୂମିକା, ନାରୀ ସଙ୍ଗଠନ, ସମ୍ମାନ, ସଚେତନତାକୁ ନେଇ ପାଇକମାଲ ପଞ୍ଚାୟତ ସରପଞ୍ଚ ଧବଳେଶ୍ୱର ସାହୁ, ଝିଟିକି ସମିତି ସଭ୍ୟ ବିଜୁ ସ୍ୱାଇଁ ଭେଙ୍ଗରାଜପୁର ସରପଞ୍ଚ ଭୀଷ୍ମଦେବ ସାହୁ, ସମସ୍ତ ସଭାନେତ୍ରୀଙ୍କୁ ବୁଝାଇଥିଲେ । ମହିଳାମାନଙ୍କ ପ୍ରତି ନବୀନ ପଟ୍ଟନାୟକଙ୍କ ସରକାର କେତେ ଯତ୍ନବାନ ଓ ସମ୍ମାନ ରହିଛି, ମହିଳାଙ୍କ ପ୍ରତି ଆଇନ୍ ତିଆରି କରାଯାଇଛି ଏସବୁକୁ ବିଧାୟକ ପ୍ରତିନିଧି ହୃଦାନଂଦ ବାରିକ ଅବଗତ କରାଇଥିଲେ । ନାରୀ ସଙ୍ଗଠନ କରାଯିବ ବୋଲି ବ୍ଳକ କେସିୟର ଶ୍ରୀମତୀ ଶକୁନ୍ତଳା ନାୟକ ମତାମତ ରଖିଥିବା ବେଳେ ଉପସଭାନେତ୍ରୀ ଶ୍ରୀମତୀ ସସ୍ମିତା ଯୋଷୀ ନାରୀ ସଶକ୍ତିକରଣ ଉପରେ ଆଲୋଚନା କରିଥିଲେ । ବ୍ଳକ ସଭାନେତ୍ରୀ ଶ୍ରୀମତୀ କୁମାରୀ ବରିହା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.