ବ୍ରହ୍ମପୁର ମହାନଗର ପାଇଁ ବିଜେଡି ମେୟର ପ୍ରାର୍ଥୀ ହେଲେ ସଂଘମିତ୍ରା ଦଳେଇ

  • ତିନି ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷିତ କଲା ବିଜେଡି

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜୁବାବୁଙ୍କ ଜନ୍ମଦିବସ ଅବସରରେ ବହୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଏକ ସିଦ୍ଧାନ୍ତ ନେଇ ବିଜୁଜନତା ଦଳ ବ୍ରହ୍ମପୁର, ଭୁବନେଶ୍ୱର ଓ କଟକ ମହାନଗର ନିଗମ ନିମନ୍ତେ ମେୟର ପଦବୀ ପାଇଁ ଦଳୀୟ ପ୍ରାର୍ଥୀ ମନୋନୀତ କରିଛନ୍ତି । ଆଜି ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମ ଦିବସ ଅବସରରେ ଦଳୀୟ ନେତା ଓ କର୍ମୀ ମହଲରେ ଭକ୍ତିପୂତ ସମ୍ମାନ ଜଣାଇ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟର୍ପଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ଅବସରରେ ଦଳୀୟ ଟିକଟ ଦେବା ପୂର୍ବକ ତିନି ମହାନଗର ନିମନ୍ତେ ମେୟର ପଦବୀ ଚୟନ ହୋଇଥିବା ଜଣାଯାଇଛି । ପ୍ରାର୍ଥୀଙ୍କ ନାମ ଆନୁଷ୍ଠାନିକ ଭାବେ ଆଜି ଘୋଷଣା କରିଛନ୍ତି । କଟକ ମହାନଗର ପାଇଁ ସୁବାସ ସିଂହ, ଭୁବନେଶ୍ୱର ପାଇଁ ସୁଲୋଚନା ଦାସ ଏବଂ ବ୍ରହ୍ମପୁର ମହାନଗର ନିମନ୍ତେ ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥୀ ଭାବେ ଚୟନ କରାଯାଇଛି ବୋଲି ରାଜ୍ୟ ବିଜୁଜନତା ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.