oom

ବିଶ୍ୱାତ୍ମ ଚେତନା ପରିଷଦ ପକ୍ଷରୁ ବିଶ୍ୱାତ୍ମ ଚେତନା ବାଳ ସଂସ୍କାର କେନ୍ଦ୍ର ଉଦ୍‌ଘାଟିତ

jsmm

କଟକ : ବିଶ୍ୱାତ୍ମ ଚେତନା ପରିଷଦ ପକ୍ଷରୁ କଟକର କିଶୋର ନଗର‌ଠାରେ ବିଶ୍ୱାତ୍ମ ଚେତନା ବାଳ ସଂସ୍କାର କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ବିଶ୍ୱାତ୍ମ ଚେତନା ପରିଷଦର ସାଧାରଣ ସମ୍ପାଦକ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ଵତୀ ଜୀ, ସ୍ୱାମୀ ନିଜବୋଧାନନ୍ଦ ସରସ୍ଵତୀ ଜୀ, ବିଶ୍ୱାତ୍ମ ଚେତନା ପରିଷଦର କିଶୋର ନଗରର ପୃଷ୍ଠପୋଷକ ମନୋଜ ଅଗ୍ରୱାଲ, ଶ୍ରୀମତୀ ନୂତନ ଚନ୍ଦା ଏବଂ ପରିଷଦର ଚେୟାରମ୍ୟାନ ଜ୍ୟୋତିପ୍ରକାଶ ମହାନ୍ତିଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସୂଚାରୁରୂପେ ସମ୍ପାଦିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ରବିବାର ଦିନ କୁନି-କୁନି ଛାତ୍ର-ଛାତ୍ରୀମାନଙ୍କୁ ବିଭିନ୍ନ ନୈତିକ, ଆଧ୍ୟାତ୍ମିକ, ସଂସ୍କାରମୂଳକ ଶିକ୍ଷା ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି । ପରିଶେଷରେ ପ୍ରସାଦ ସେବନ ସହିତ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କିଶୋରନଗର, ଭୁବନେଶ୍ୱର, କଳାହାଣ୍ଡି ତଥା ଆଖପାଖ ଅଂଚଳରୁ ଅନେକ ସଦସ୍ୟ-ସଦସ୍ୟା ତଥା ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲା ।

jittmm
Leave A Reply

Your email address will not be published.