ବେଆଇନ ଭାବେ ବିଦ୍ୟାଳୟ ବନ୍ଦକୁ ଅଭିଭାବକ ମହାସଂଘର ବିରୋଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଦ୍ୟାଳୟ କମିଟି, ଗ୍ରାମବାସୀ ଓ ଅଭିଭାବକମାନଙ୍କ ସହିତ ବିନା ବିଚାର ବିମର୍ଷ ଓ ଆବଶ୍ୟକ ଯୋଗ୍ୟତା ଥିବା ସତ୍ତେ୍ୱ ଅନେକ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିବା ଅଭିଯୋଗ କରି ବଲାଙ୍ଗିର ଅଭିଭାବକ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ଓ ବନ୍ୟଜନ୍ତୁ ପ୍ରାଦୁର୍ଭାବ ଅଞ୍ଚଳରେ ମଧ୍ୟ ଛୁଆମାନଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦେଇଥିବା ଅଭିଯୋଗ କରିଛି ଅଭିଭାବକ ମହାସଂଘ । ପୁଇଁନ୍ତଲା ବ୍ଲକର ମହାକୁରପାଲିରେ ୨୨ ଛାତ୍ରଛାତ୍ରୀ ଥିବା ସତ୍ତେ୍ୱ ସ୍କୁଲକୁ ବନ୍ଦ କରି ୪ କିମି ଦୂରତା, ରାଜପଥରେ ଅଧା କିଲୋମିଟର ଦୂରତାକୁ ଅତିକ୍ରମ କରିବାକୁ ବିରୋଧ କରି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି । ଆବଶ୍ୟକ ଯୋଗ୍ୟତା ଥିବା ସତ୍ତେ୍ୱ ଝାର ବଲାଙ୍ଗିରର ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍ଥାନାନ୍ତରକୁ ବିରୋଧ କରି ଲଳିତ ମୋହନ ମିଶ୍ର ଓ ଗ୍ରାମର ଅନ୍ୟ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଜଣେଇଛନ୍ତି । ବିନା ବିଚାର ବିମର୍ଷରେ ଆବଶ୍ୟକ ଯୋଗ୍ୟତା ଥାଇ ବିଦ୍ୟାଳୟ ସବୁ ବନ୍ଦ କରାଯିବାକୁ ଅଭିଭାବକ ମହାସଂଘ ଘୋର ବିରୋଧ କରିବା ସହିତ ପୁନଃ ବିଚାର ପାଇଁ ବଲାଙ୍ଗିର ଜିଲ୍ଲା ଆବାହକ ଚକ୍ରପାଣି ମିଶ୍ର ଏକ ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

error: Content is protected !!