ls

ବିଜେଡି କାର୍ଯ୍ୟାଳୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ପାଳିତ

sb

ଭୁବନେଶ୍ୱର : ଭୁବନେଶ୍ୱରରେ ଥିବା ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର, ସଞ୍ଜୟ ଦାସ ବର୍ମା, ଅଶୋକ ପଣ୍ଡା, ପ୍ରସନ୍ନ ପାଟଶାଣୀଙ୍କ ସମେତ ବହୁ ବିଧାୟକ ଯୋଗ ଦେଇଥିଲେ । ଠିକ୍ ସେହିପରି ଫରେଷ୍ଟ ପାର୍କ ପରିସରରେ ମଧ୍ୟ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯୋଜନା ବୋର୍ଡ ଉପାଧ୍ୟାକ୍ଷ ସଂଜୟ ଦାସ ବର୍ମା, ମନ୍ତ୍ରୀ ଅଶୋକ ପଣ୍ଡା, ବରିଷ୍ଠ ବିଧାୟକ ଦେବୀ ମିଶ୍ର ଓ ଅରୂପ ପଟ୍ଟନାୟକ ପ୍ରମୁଖ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଏହି ଅବସରରେ ସଞ୍ଜୟ ଦାସ ବର୍ମା ଉଦ୍‌ବୋଧନ ଦେଇ କହିଛନ୍ତି, ବିଜୁ ବାବୁ କଳିଙ୍ଗ ଖାରବେଳ କଥା କହୁଥିଲେ । ଦଶନ୍ଧି ଦଶନ୍ଧି ଧରି ଓଡ଼ିଆଙ୍କ ପାଇଁ ଲଢୁଥିଲେ । ତାଙ୍କର ନୀତି ଓ କାର୍ଯ୍ୟ ଯଦି ଉତ୍ତର ପୀଢି କାମରେ ଲଗାଇବ ତା’ ହେଲେ, ତାହା ହେବ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଆଜିର ଯୁବପୀଢ଼ି ବିଜୁ ବାବୁଙ୍କ ଆଦର୍ଶ ଓ ବିଚାରରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ସହ ବିଜୁ ବାବୁଙ୍କ ଜୀବନ ଶୈଳୀକୁ ଅନୁସରଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

pc pk
Leave A Reply

Your email address will not be published.