ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାମୁସାହି ରମ୍ଭାରେ ମଧ୍ୟାହ୍ନ ଭୋଜନ ବନ୍ଦକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଓ ସାହି ବାସିନ୍ଦା ମୁହାଁମୁହିଁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମା’ ଗର୍ଭରୁ ଛୁଆ ବଢୁଥିବାଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଏହାର ସୁଫଳ, ସଫଳ ଓ ନିରାକରଣ ପାଇଁ ପ୍ରଶାସନିକ ଓ ଅମଲାତନ୍ତ୍ରକୁ ଦାୟିତ୍ୱ ବଣ୍ଟନ କରାଯାଇଛି । ଏହାର ଏକ ଜ୍ୱଳନ୍ତ ନମୁନା ଦେଖିବାକୁ ମିଳିଛି ରମ୍ଭା ସହରାଞ୍ଚଳର ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାମୁସାହିରେ ଶନିବାର ଦିନ ସକାଳ ସ୍କୁଲ ସମୟରେ ମଧ୍ୟାହ୍ନ ଭୋଜନ ବନ୍ଦକୁ ନେଇ କୌଣସି ସୂତ୍ରରୁ ଖବର ପାଇ ପ୍ରବଳ ହଟ ଗୋଳ ଓ ସାହି ବାସିନ୍ଦା ମୁହାଁମୁହିଁ ହୋଇଥିଲେ । ଘଟଣା ସ୍ଥଳରୁ ପ୍ରକାଶ ଯେ, ସରକାରଙ୍କ ଗାଇଡଲାଇନ ପ୍ରକାରେ ମଧ୍ୟାହ୍ନ ଭୋଜନ ବନ୍ଦ ସାଙ୍ଗକୁ ବିକଳ୍ପ ବ୍ୟବସ୍ଥା ହୋଇ ନଥିବାରୁ ତାତିଥିଲେ ସାହି ବାସିନ୍ଦା । ଏପରି ସ୍ଥଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜନା ଦେବୀ, ଉପସ୍ଥିତ ସିଆରସିସି ଲୋକନାଥ ବେହେରାଙ୍କ ମଧ୍ୟରେ ଅଧ୍ୟକ୍ଷା ପ୍ରତିନିଧି କାହ୍ନା ସ୍ୱାଇଁ, ଉପାଧ୍ୟକ୍ଷ କାଳିଆ ତରେଇ, ମୁନା ସ୍ୱାଇଁ, ବାନାମ୍ବର ସେଠ, ଦୁର୍ଗାପ୍ରସାଦ ମହାରଣା, କାଉନସିଲର ଅଭିନାଥ ବେହେରା ଓ ସରୋଜିନୀ ସେନାପତି ଏବଂ ଅଭିଭାବକ ଅଭିଭାବିକା ସହ ତର୍କ ବିତର୍କ, ବାକ୍‌ ବିତଣ୍ଡା, ପ୍ରବଳ ହଟ ଗୋଳ ସହିତ ଛୋଟ କୁନି କୁନି ଛୁଆଙ୍କ ଥାଳିରୁ ଭାତ ଛଡାଇ ନେଇ କାହିଁକି ରୋଷେଇ ବନ୍ଦ କଲେ ବୋଲି ପରସ୍ପର ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଏପରି ଘଟଣାକୁ ନେଇ ସ୍ଥଳ ବିଶେଷରେ ନିର୍ଣ୍ଣାୟକ ମୋଡ଼ରେ କୌଣସି ନିଷ୍ପତି ପହଞ୍ଚି ପାରି ନ ଥିବା ବେଳେ ଗଣମାଧ୍ୟମକୁ ଦୃଷ୍ଟି ଗୋଚର କରାଯାଇଥିଲା । ଘଟଣା ଘଟିବାର ଯେତିକି ସମୟ ବୃଦ୍ଧି ପାଉଥାଏ ସେତିକି ପରିମାଣର ସାଧାରଣ ଜନତା ରୁଣ୍ଡ ହୋଇ ଏପରି ଘଟଣାକୁ ନିନ୍ଦା କରିବା ସହ ନା ପସନ୍ଦ କରିଛନ୍ତି । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଗଞ୍ଜାମ ବ୍ଲକ ବିଇଓ ଭାଗିରଥି ବେହେରାଙ୍କୁ ଗଣମାଧ୍ୟମ ପକ୍ଷରୁ ଦୃଷ୍ଟିଗୋଚର କରାଯାଇଥିଲା । ପ୍ରତିଉତ୍ତରରେ ଏପରି ଘଟଣା ମୋ ନଜରକୁ ଆସିନାହିଁ ଯଦି ଘଟିଛି ନିଜେ ମୁଁ ଏହାର ଦାୟିତ୍ୱ ନେଇ ସଠିକ ସମୟରେ ଠିକଣା ପଦକ୍ଷେପ ଗ୍ରହଣ କରିବି ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.