om academy

ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ରାଉରକେଲା ରାଜ୍ୟ ହକି ଛାତ୍ରାବାସ ପରିଦର୍ଶନ ବେଳେ ବହୁ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ରାଜ୍ୟ ହକି ଛାତ୍ରାବାସ ପରିଦର୍ଶନ କରିବାକୁ ଆଜି ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯାଇଥିଲେ । ସେ ଛାତ୍ରାବାସ ବୁଲି ଦେଖିବା ସହିତ, ପ୍ରଶିକ୍ଷଣ ନେଉଥିବା ବେଳେ ସେ ଛାତ୍ରଛାତ୍ରୀ ମାନଙ୍କୁ ଭେଟି ସେମାନଙ୍କର ଖେଳ ପ୍ରତି ଥିବା ଆଗ୍ରହ ଦେଖି ବହୁ ଆନନ୍ଦିତ ହୋଇଥିଲେ । ଏହି ପ୍ରଶିକ୍ଷଣରେ ଏହି ସୁନ୍ଦରଗଡ଼ ଜିଲ୍ଲାର ପ୍ରାୟ ସମସ୍ତେ ଥିବା ପ୍ରକାଶ କରିଥିଲେ । ସୁନ୍ଦରଗଡକୁ ହକିର ଅନ୍ତୁଡ଼ି ଶାଳ କୁହାଯାଏ । ଏହି ପରିଦର୍ଶନ ବେଳେ ସେ ବହୁ ଅନିୟମିତତା ହେଉଥିବା ଅଭିଯୋଗ ପାଇଥିଲେ । ଗତ ୨୦୨୨ରେ ଆସାମ ବିଶ୍ଵବିଦ୍ୟାଳୟ ଠାରେ ଅନୁଷ୍ଠିତ ଅନ୍ତଃରାଜ୍ୟ ହକି କପ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ୧୮ ଜଣ ଛାତ୍ରୀମାନେ ଯାଇଥିଲେ ଏବଂ ଗୋଲ୍ଡ କପ୍ ମଧ୍ୟ ପ୍ରାପ୍ତ କରି ଓଡ଼ିଶାର ଗୌରବ ବଢ଼ାଇ ଥିଲେ । ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କା ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ୧୩ ହଜାର ଟଙ୍କା ଲେଖାଏଁ ଦିଆଯାଇଛି ଓ ଅନ୍ୟ ୯ ଜଣଙ୍କୁ ଆଜି ପର୍ଯ୍ୟନ୍ତ କିଛି ଦିଆଯାଇନଥିବା ଜଣାପଡ଼ିଛି । ଏତତ୍‌ ବ୍ୟତୀତ ଓଡ଼ିଶା ସରକାର ନିଜ ପାଣ୍ଠିରୁ ଆନ୍ତର୍ଜାତୀକ ହକି ଖେଳ ଦେଖିବା ପାଇଁ ବିଦେଶକୁ ଅନ୍ୟ ରାଜ୍ୟର ଖେଳାଳିଙ୍କୁ ପଠାଉ ଥିବାବେଳେ ଓଡ଼ିଶାର କାହାକୁ ସୁଯୋଗ ମିଳୁନଥିବା ଅଭିଯୋଗ ହୋଇଛି, ଏହା ବିଗତ ଓଡ଼ିଶା ସରକାରଙ୍କ କିଭଳି ନୀତି ବୋଲି ଶ୍ରୀ ତନ୍ତୀ ପ୍ରଶ୍ନ କରିଛନ୍ତି । ଖେଳିବା ପାଇଁ ସିଲେକ୍ସନ୍‌ ପ୍ରୋସେସ୍‌ରେ ମଧ୍ୟ ଅନିୟମିତତା ହୋଉଛି, ଏହା ସ୍ୱଚ୍ଛତା ହେବା ଆବଶ୍ୟକ । ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ଖେଳ ଜୋତା, କୀଟ, ହକି ଷ୍ଟିକ, ଗୋଲ୍‌ କିପର ପେଡ ଦିଆଯିବା ଯୋଗୁ ସେମାନଙ୍କର ପ୍ରଗତିରେ ବାଧା ସୃଷ୍ଟି ହୋଉଛି । ବିଦ୍ୟାର୍ଥୀ ମାନେ ନିଜ ପାଣ୍ଠିରୁ କିଣୁଛନ୍ତି । ସେମାନଙ୍କୁ ଟଏଲେଟ୍ରିଙ୍ଗ ପାଇଁ ମାସକୁ ୮୦୦ ଟଙ୍କା ମିଳୁଛି ଯାହା ତାଙ୍କ ପାଇଁ କମ୍‌ ହୋଉଛି, ଏହାକୁ କମ୍‌ସେ କମ୍‌ ୧୦୦୦ ଟଙ୍କା କରିବାକୁ ଅନୁରୋଧ କରିଛନ୍ତି । ହକିରେ ଏନ୍ତୁଡ଼ିଶାଳ କୁହାଯାଉ ଥିବା ସୁନ୍ଦରଗଡ଼ରେ ବହୁ ଦକ୍ଷତାପୂର୍ଣ୍ଣ କୋଚ ଥିବାବେଳ ଅନ୍ୟ ରାଜ୍ୟରୁ ଅଣା ଯାଉଥିବାରୁ ଛାତ୍ରଛାତ୍ରୀଙ୍କ ମନରେ ଆଗ୍ରହ କମି ଯାଉଛି ଓ ସେମାନେ ତାଙ୍କର ଭାଷା ଠିକ୍‌ ଭାବରେ ବୁଝି ପାରୁନାହାନ୍ତି ଯାହା ଦ୍ୱାରା ପ୍ରଶିକ୍ଷଣ ନେଉଥିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶ୍ରୀ ତନ୍ତୀ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଶ୍ରୀ ତନ୍ତୀଙ୍କ, ପରିଦର୍ଶନ ବେଳେ ଉପନିର୍ଦ୍ଦେଶକ (ସ୍ପୋର୍ଟସ) ରାଉରକେଲା ଅଭିଜିତ ମହାନ୍ତ, ଉପନିର୍ଦ୍ଦେଶକ (କୋଚିଙ୍ଗ) ବି. ଜେ. କଡିଆପ୍ପା, ବରିଷ୍ଠ ହକି କୋଚ ପ୍ରଫୁଲ୍ଲ ତିର୍କୀଙ୍କ ସହିତ ଆଲୋଚନା କରିଥିଲେ । ଏହି ପରିଦର୍ଶନ ସମୟରେ ବିଜେପି ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାସ, ବରିଷ୍ଠ ନେତା ଅକ୍ଷୟ କୁମାର ଦାସ, ପୂର୍ବତନ ଭାରତୀୟ ପୁରୁଷ ହକି ଅଧିନାୟକ ପ୍ରବୋଧ ତିର୍କୀ, ଆଲୋକ ନାୟକ, ସୁଦାମ ସାହୁ, ତୀକେଶ୍ୱର ତାଣ୍ଡିଆ, ଗୌତମ ବାଡା ଆଦି ବିଧାୟକଙ୍କ ସାଙ୍ଗରେ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାସ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.