ବ୍ରାଉନ ସୁଗାର ବିକ୍ରି କରି ଆସିଥିବା ବେଳେ ଚଢାଉ କଲା ପୋଲିସ୍‌ : ବ୍ରାଉନସୁଗାର ସହିତ ବେପାରୀ ଗିରଫ

ମୟୂରଭଞ୍ଜ : ମୟୂରଭ‌ଞ୍ଜ ଜି‌ଲ୍ଲା ରାଇରଙ୍ଗପୁରରେ ବ୍ରାଉନସୁଗାର ଜବତ ସହିତ ବେପାରୀ ଗିରଫ ହୋଇଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ରାଇରଙ୍ଗପୁର ପୋଲିସ ଅଞ୍ଚଳରେ ଜଣେ ଯୁବକ ବାହାରୁ ଆସି ବ୍ରାଉନ ସୁଗାର ବିକ୍ରି କରୁଥିବା ନେଇ କୌଣସି ସୂତ୍ରରୁ ଟାଉନଥାନା ପୋଲିସ ଖବର ପାଇ ଟ୍ରାକିଂ ଚଳାଇଥିଲା । ତେବେ ଯୁବକ ଜଣକ ଆଜି ବାଇକରେ ଆସି ରାଇରଙ୍ଗପୁର ବସଷ୍ଟାଣ୍ଡରେ ବିକ୍ରି କରୁଥିବା ବେଳେ ପୋଲିସ ଚଢ଼ାଉ କରି ବ୍ରାଉନସୁଗର ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ପାଖରୁ ୬ ଦଶମିକ ୭୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ । ଅଭିଯୁକ୍ତ ଯୁବକ ଜଣକ ହେଲେ ଝାଡଖଣ୍ଡ ରାଜ୍ୟର ଆଦିତ୍ୟପୁରର ଅବଦୁଲ କୁଏମ ।

Leave A Reply

Your email address will not be published.