oom

ଛନଛଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ଛନଛଡା ଉଚ୍ଚ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ମହାସମାରୋହ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ହିମାଞ୍ଚଳ ବୁଡ଼େକ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ସମାଜସେବୀ ଦୁର୍ଗାପ୍ରସାଦ ଶର୍ମା, ସମ୍ମାନିତ ଅତିଥି ଭାବେ ସରପଞ୍ଚ ତିଲୋତମା ବାଗ, ଛନଛଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଭୋଇ, ବିଦ୍ୟାଳୟ ଏସ୍‌ଏମ୍‌ସି ସଭାପତି ସୁଶାନ୍ତ ବୁଡ଼େକ, ସିଆର୍‌ସିସି ମନୋଜ ସାହୁ ପ୍ରମୁଖ ଯୋଗଦାନ କରି ଛାତ୍ର ଛାତ୍ରୀମାନଙ୍କ ଭବିଷ୍ୟତ ପାଇଁ କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସିଆର୍‌ସିସି ପ୍ରମୋଦ ବୁଡ଼େକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସେନାପତି ସ୍ୱାଗତ ଭାଷଣ ଓ ବିବରଣୀ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ଲେଖକ ଅନନ୍ତ ବଗର୍ତି, ବିଆରସିସି ନାରାୟଣ ଭୋଇ, ଜିଲ୍ଲା ପରିଷଦ ସଦସ୍ୟ ହିମାଞ୍ଚଳ ବୁଡ଼େକ, ସମାଜସେବୀ ଦୁର୍ଗାପ୍ରସାଦ ଶର୍ମା ଓ ସରପଞ୍ଚ ତିଲୋତମା ବାଗଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସଭାକୁ ବିଆରସିସି ନାରାୟଣ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ସହକାରୀ ଶିକ୍ଷକ ରବିନାରାୟଣ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ । ଏହାପରେ ଛାତ୍ରଛାତ୍ରୀମାନଙ୍କ ସଚେତନତା ଧର୍ମୀ ନାଟକ ଓ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏଥିରେ ଶିକ୍ଷକ ଶିବ ଶଙ୍କର ପୋଢ, ଭବାନୀ ଶଙ୍କର ପଟେଲ, ଅମରଜିତ ଭୋଇ ଓ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ଓ ସଭ୍ୟା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.