oom

ବଘୁଆପଡା ଗାଁରେ ସ୍ୱତନ୍ତ୍ର ୭୨ତମ ବନ ମହୋତ୍ସବ ପାଳିତ

jsmm

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବନାଂଚଳ ଅନ୍ତର୍ଗତ ଢୋଲମାନ୍ଦଲ ପଂଚାୟତ ବଘୁଆପଡା ଗାଁର ଜନସାଧାରଣଙ୍କ ସହଯୋଗରେ ସ୍ୱତନ୍ତ୍ର ଭାବେ ୭୨ତମ ବନମହୋତ୍ସବ ପାଳିତ ହୋଇଛି । ଏହି ବନ ମହତ୍ସୋବ ପାଳନ ଅବସରରେ ରାଜୁ ସଂରକ୍ଷିତ ଜଂଗଲରେ ଶତାଧିକ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଛି ।ଏମଜିଏନଆରଜିଏ ଯୋଜନାରେ ଗାଁ ସଂରକ୍ଷିତ ଜଂଗଲରେ ଚଳିତ ବର୍ଷ ୧୭.୫ ହେକ୍ଟର ଜମିରେ ୨୮ହଜାର ଚାରା ରୋପଣ କରାଯିବା ନେଇ ବନପାଳ ସୂଚନା ଦେଇଥିଲେ । ଆଗାମୀ ଦିନରେ ବନ ସୁରକ୍ଷା ସମିତି ଗଠନ ଜରିଆରେ ଅଂଚଳର ଜଂଗଲ ସୁରକ୍ଷା କରିବା ସହିତ ନୂତନ ବନିକରଣ କରିବା ସଂକଳ୍ପ ନେଇଥିଲେ । ଏହି ଅବସରରେ ଏକ ସାଧାରଣ ସଭାରେ ଢୋଲମାନ୍ଦଲ ପଂଚାୟତ ସରପଂଚ ବିଶ୍ୱାମତ୍ର ଛତ୍ରିଆ(ମୁଖ୍ୟ ଅତିଥି), ସମିତି ସଭ୍ୟା ଶ୍ରୀମତୀ ଜାନକି କୁମ୍ଭାର, ଗାଁ ସାଥୀ ଟିକେରାମ କୁମ୍ଭାର ୱାର୍ଡ ମେମ୍ବର ଅଭିଷେକ ନିଆଲ, ଯଶୋବନ୍ତି ମାଝି, ଢୋଲମାନ୍ଦଲ ବନ ସୁରକ୍ଷା ସମିତି ସଭାପତି ମଧୁସୂଦନ ବନଛୋର ଏବଂ ବିଶିଷ୍ଟ ବ୍ୟକ୍ତି ଶୋଭାରାମ ମାଝି ମଂଚାଶିନ ଥିଲେ । ଏହି ବନ ମହୋତ୍ସବ ସଭାରେ ଢୋଲମାନ୍ଦଲ ଫରେଷ୍ଟର ଘନଶ୍ୟାମ ପଶାୟତ ମଂଚ ପରିଚାଳନା କରିଥିବା ବେଳେ ବାହାବଲ ଏବଂ ବଘୁଆପଡା ଗ୍ରାମବାସୀ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନରକ୍ଷୀ ପିତାମ୍ବର ମାଝି, ଅଜିତ ବେହେରା, ପାରା ସ୍କ୍ୱାର୍ଡ ଜଲଧର ବନଛୋର ଓ ଅନ୍ୟ ବନ କର୍ମଚାରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.