oom

ମସିଣାଗୋରାଠାରେ ଓଡିଶା ଡ୍ରାଇଭର ମହାସଂଘର ବୈଠକ

jsmm

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ମସିଣାଗୋରାଠାରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଳ ବ୍ଲକ ସଭାପତି ପ୍ରେମାନନ୍ଦ ସାହୁଙ୍କ ପ୍ରତକ୍ଷ୍ୟ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ସଭାପତି ବିପିନ ବିହାରୀ ବ୍ରହ୍ମ, ସଂପାଦକ ସୁଜିତ ସ୍ବାଇଁ, ସହସଂପାଦକ ସୁଶାନ୍ତ ହୋତା, କୋଷାଧ୍ୟକ୍ଷ ବିଶ୍ବାମିତ୍ର ବିଶି, କଣ୍ଟାମାଳ ବ୍ଲକ ସହସଭାପତି ଅଞ୍ଜନ ପଟ୍ଟନାୟକ, ସଂପାଦକ ମଙ୍ଗୁଲୁ ଦନ୍ତା, କୋଷାଧ୍ୟକ୍ଷ କୁଶଲେଶ୍ୱର ସେଲମା, ସହ କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଭୋଇ, ଉପଦେଷ୍ଟା ବିକ୍ରମ ସାହୁ, ଏଡମିନ ରବିନ୍ଦ୍ର ଖମାରୀ, ବୌଦ୍ଧ ବ୍ଲକ ଉପଦେଷ୍ଟା ରାଜେଶ ଜ୍ୟୋତିଷ, ସହସଂପାଦକ ଜିତୁ ପ୍ରଧାନ, ହରଭଙ୍ଗା ବ୍ଲକ ଉପ ସଭାପତି ସୁଶାନ୍ତ ସେଠୀ, ସଂପାଦକ ରଞ୍ଜିତ ବେହେରା, ସହ କୋଷାଧ୍ୟକ୍ଷ ଗଣେଶ ବେହେରା ପ୍ରମୁଖ ମଞ୍ଚିସୀନ ଥିଲେ । ଡ୍ରାଇଭରମାନଙ୍କ ମଧ୍ୟରେ ଏକତା ଏବଂ ଭାଇଚାରା ସଂପର୍କ ପ୍ରତିଷ୍ଠା, ନିଶାଦ୍ରବ୍ୟ ନିଷେଧ, ସୁଖ ଓ ଦୁଃଖ ସମୟରେ ସହଭାଗିତା ଆଦି ବିଷୟ ଉପରେ ଆଲୋଚନା କରାଯିବା ସହ ଡ୍ରାଇଭରମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ସରକାରଙ୍କ ନାକଟରେ ଦାବୀ ଉପସ୍ଥାପନ ନେଇ ଆଲୋଚନା ହୋଇଥିଲା । ଶେଷରେ ମଙ୍ଗୁଲୁ ଦନ୍ତା ଧନ୍ୟବାଦ ଦେଇଥିଲେ । ଆଲୋଚନାରେ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରୁ ଡ୍ରାଇଭର ମହାସଂଘର ସଦସ୍ୟ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.