oom

ବଡଦେଓଙ୍କ ପୌଷଯାତ୍ରା ପାଳନ ପାଇଁ ଗୋଣ୍ଡ ସମାଜ ପକ୍ଷରୁ ପ୍ରସ୍ତୁତି ବୈଠକ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବଲାଙ୍ଗିର ବ୍ଲକ ଡଙ୍ଗାଘାଟଠାରେ ମଲ୍ଲିକ ବଂଶ ଗୋଣ୍ଡ ସମାଜ ପକ୍ଷରୁ ଇଷ୍ଟ ଦେବତା ବୁଢାଦେଓଙ୍କ ପୌଷଯାତ୍ରା ପାଳନ କରିବା ପାଇଁ ଡଙ୍ଗାଘାଟ ବଡଦେଓଙ୍କ ମନ୍ଦିର ପରିସରରେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁରଲି ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ପୌଷମାସ ଶୁକ୍ଳ ପକ୍ଷ ଦଶମୀ ଦିନ ତା ୧୨.୧.୨୨ ବୁଧବାର ଦିନ ଡଙ୍ଗାଘାଟ ବଡଦେଓଙ୍କ ପୀଠରେ ମହାସମାରୋହରେ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଏଥିରେ ରାହାସ ବିହାରୀ ମଲ୍ଲିକ, କାମରାଜ ମଲ୍ଲିକ, ଲଲିତ ମଲ୍ଲିକ, ଭିଷ୍ମ ମଲ୍ଲିକ, ଦିଲିପ ମଲ୍ଲିକ, ସୁରଥ ମଲ୍ଲିକ, ମହେନ୍ଦ୍ର ମଲ୍ଲିକ, କୁଶଧ୍ୱଜ ମଲିକ, ଚୈତନ୍ୟ ମଲିକ, କୁବେର ମଲିକ, ଦେହେଲିଆ କୁବେର ମଲିକ, ରଞ୍ଜିତ କୁମୁରା, ନାରଦ ମଲିକ, ଟିକେଲାଲ୍ ଧାରୁଆ, ଦନାର ମଲ୍ଲିକ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । କୋଭିଡ କଟକଣା ନିୟମ ଅନୁସାରେ ପାଳନ କରାଯିବ ବୋଲି ଆଲୋଚନା କରାଯାଇଥିଲା । ଶୋଭାକର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.