ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ସାଧନ କେନ୍ଦ୍ର ବ୍ରାହ୍ମଣୀଜୋରର ପଞ୍ଚମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବ୍ରାହ୍ମଣୀଜୋରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାଧନ କର୍ମୀ ମଣ୍ଟୁ ସାମଲ ତାଲିମ ପ୍ରଦାନ କରିଥିଲେ । ଏହି ବୈଠକରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପିଲାମାନଙ୍କ ପାଇଁ ନଭେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ଭାଷା ଓ ସଂଖ୍ୟାଜ୍ଞାନ ପାଇଁ ଶ୍ରେଣୀ ପରିଚାଳନା ଓ ଶିକ୍ଷକଙ୍କ ଗତିବିଧି ଯୋଜନା ପ୍ରସ୍ତୁତି, ଶିକ୍ଷଣ ସୋପାନ ରେଜିଷ୍ଟର, ପଞ୍ଚମ ଶ୍ରେଣୀ ଜିଲ୍ଲା ଭିତ୍ତିକ ଶୈକ୍ଷିକ ଆଲୋଚନା ନିପୁଣ ବିଦ୍ୟାଳୟ, ବିଦ୍ୟାଳୟ ପରିଦର୍ଶନ ଓ ଆଲୋଚନା ସିଆର୍ସିସିଙ୍କ ବିଦ୍ୟାଳୟ ପରିଦର୍ଶନ ଓ ଶୈକ୍ଷିକ ସହାୟତା ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ନୂତନ ପରୀକ୍ଷା ଢାଞ୍ଚା ପରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା କରାଯାଇଥିଲା । ଏହି ବୈଠକରେ ୮ଟି ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ସହ ସମସ୍ତ ଏଫ୍ଏଲ୍ଏନ୍ ଶିକ୍ଷକ ଯୋଗ ଦେଇଥିଲେ । ପରିଶେଷରେ ସ୍ଥାନୀୟ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଦୀପ ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ ।