oom

ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ମର୍ଯ୍ୟାଦାଜନକ ଓଡ଼ିଶା ବାଗ୍ମୀପ୍ରଭା ସମ୍ମାନ ୨୦୨୨

jsmm

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପଣ୍ଡିତ ଶ୍ରୀନାଥ ବାହିନୀପତି ସ୍ମୃତି ସଂସଦ ଆନୁକୂଲ୍ୟରେ ନବମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଆୟୋଜିତ ହୋଇଥିଲା । ଏହି ଅବସରରେ ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ମର୍ଯ୍ୟାଦାଜନକ ଓଡ଼ିଶା ବାଗ୍ମୀପ୍ରଭା ସମ୍ମାନ ୨୦୨୨ ପ୍ରଦାନ କରାଯାଇଥିଲା । ଓଡ଼ିଶାରେ ତାଙ୍କର ପ୍ରଚଣ୍ଡ ବାଗ୍ମୀତା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଓଡ଼ିଶା ଅର୍ଥସେବାର ବରିଷ୍ଠ ଅଧିକାରୀ ହୋଇ ମଧ୍ୟ ଓଡ଼ିଶାର ୨୩ ଗୋଟି ଜିଲ୍ଲାରେ ନିଜର ଶ୍ରେଷ୍ଟ ବାଗ୍ମୀତାର ପରିଚୟ ଦେଇଛନ୍ତି । ସାହିତ୍ୟରେ ପ୍ରେରଣାଦାୟୀ ବକ୍ତବ୍ୟ ପାଇଁ ଓଡ଼ିଶାର କୋଣ ଅନୁକୋଣରେ ବେଶ୍ ପରିଚିତ । ତାଙ୍କର ପ୍ରତ୍ୟେକ କଥନ ଚମତ୍କାର ଏବଂ ଦର୍ଶକ ମଣ୍ଡଳୀକୁ ମନ୍ତ୍ରମୁଗ୍ଧ କରିଥାଏ । ଆମ ଯୁଗ ଜିନ୍ଦାବାଦ, ପରିବର୍ତ୍ତନ କବିତା ସମ୍ଭାର ତାଙ୍କର ଓଡ଼ିଆ ବାଣୀ ଭଣ୍ଡାରକୁ ଅତୁଳନୀୟ ଅବଦାନ । ସାହିତ୍ୟ ସହିତ ସମାଜସେବା ଏବଂ ପରିବେଶ ପାଇଁ କାର୍ଯ୍ୟ ଜାରି ରଖିଛନ୍ତି । ଏହି ସଭାରେ ପ୍ରତିଷ୍ଠାତା ସମ୍ପାଦକ ପ୍ରଶାନ୍ତ ବାହିନୀପତି, ସଭାପତି ବ୍ୟଙ୍ଗ ସମ୍ରାଟ ସମ୍ପଦ କୁମାର ରଥ, ଡ. ଲକ୍ଷ୍ମଣ ସହୁ, ଡ. ସଞ୍ଜୟ କୁମାର ପଣ୍ଡା (ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ), ଝାରଖଣ୍ଡର ସତ୍ୟ ପ୍ରକାଶ କର, ଡ. ଦିନବନ୍ଧୁ ସାହୁ ପ୍ରମୁଖ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ଓଡ଼ିଶା ବାଗ୍ମୀପ୍ରଭା ସମ୍ମାନ ୨୦୨୨ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟ ଙ୍କୁ ପ୍ରଦାନ କରିଥିଲେ । ଶ୍ରୀ ସାମନ୍ତରାୟ ସାହିତ୍ୟ ପାଇଁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ ।

jittmm
Leave A Reply

Your email address will not be published.