ବୁଲା ଗାଇଗୋରୁଙ୍କ ଲୁଟପାଟ୍ ବଢ଼ୁଛି

ବଲାଙ୍ଗିର, ( ରାଜେଶ ଦଣ୍ଡସେନା) : ବଲାଙ୍ଗିର ସହରର ବହୁ ଛକରେ ବୁଲା ଗାଇଗୋରୁ ମାନେ ଘର କରିଥିବାବେଳେ ଡେଲିମାର୍କେଟ ଠାରେ ପ୍ରତିଦିନ ବୁଲା ଗାଇଗୋରୁଙ୍କ ଦାଦାଗିରି ଦେଖିବାକୁ ମିଲିଥାଏ । ଡେଲିମାର୍କେଟରେ ଏମିତି ଶହ ଶହ ଗ୍ରାହକ ଏବଂ ପରିବା ବେପାରୀଙ୍କ ଭିଡ ଜମିଥାଏ । ହେଲେ ବୁଲା ଗାଇଗୋରୁଙ୍କ ଉତ୍ପାତ ଯୋଗୁଁ ପରିବା ବେପାରୀ ଏବଂ ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଇ ବୁଲା ଗାଇଗୋରୁଙ୍କୁ ସୁରକ୍ଷା ଏବଂ ତାଙ୍କର ରକ୍ଷଣା ବେକ୍ଷଣ ବ୍ୟବସ୍ଥା ନକଲେ ଆଗାମୀ ଦିନରେ ଆହୁରି ଅସୁବିଧା ଭୋଗ କରିବେ ଜନସାଧାରଣ, ବେପାରୀ ଏବଂ ଗ୍ରାହକ । ଆଗକୁ ଏଥିପ୍ରତି ପ୍ରଶାସନ ସୁବ୍ୟବସ୍ଥା କରିବା ପାଇଁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.