centurian jitm

ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ମାରକି ଫୁଟବଲ ଟୁର୍ଣ୍ଣାମେଣ୍ଟ : ସୋନପୁରକୁ ହରାଇ ଫାଇନାଲରେ ଭବାନୀପାଟଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାରାଜ ଆର.ଏନ୍‌.ସିଂହଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ଓ ଜିଲ୍ଲା କ୍ରୀଡା ସଂସଦ ସହଯୋଗରେ ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରଥମ ସେମିଫାଇନାଲ ଖେଳ ଅନୁଷ୍ଠିତହୋଇଯାଇଛି ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ମାରକି ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋନପୁରକୁ ହରାଇ ଫାଇନାଲରେ ଭବାନୀପାଟଣା । ଭବାନୀପାଟଣା ୧-୦ ଗୋଲରେ ସୋନପୁରକୁ ହରାଇ ଫାଇନାଲକୁ ପ୍ରବେଶ କରିଛି । କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା କ୍ରୀଡାବିତ ଅଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ, ସଦର ଏସ୍‌ଡିପିଓ ସରୋଜ କୁମାର ଉପାଧ୍ୟାୟ, ଜିଲ୍ଲା କ୍ରୀଡା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ପ୍ରମେୟ ବ୍ୟୁରୋ ଚିଫ୍‌ ଅଖିଳ ଚନ୍ଦ୍ର ହୋତା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କମିଟି ଉପ-ସଭାପତି ଶମ୍ଭୁ ନାଗ ମଂଚାସିନ ଥିଲେ । କ୍ରୀଡା ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଖେଳକୁ ଦେବାଶିଷ ବାଗ, ସଂଜନ କୁଦେଇ, ନରସିଂସ୍ୱାମୀ ନାଇଡୁ ଓ ଅବଦୁଲ ମୁଜିବ ପରିଚଳନା କରିଥିଲେ । କ୍ରୀଡା ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିଲେ । ପୂର୍ବତନ ଖେଳାଳି ଟିକେଶ୍ୱର ଛତ୍ରିଆ ଓ ଜୟନାରାୟଣ ମେହେରଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜି ଖେଳର ଶ୍ରେଷ୍ଠ ଖେଳାଳି ଭାବେ ଭବାନୀପାଟଣା ଦଳର ଭବାନୀ ଶଙ୍କର ବେଇମାଲଙ୍କୁ ପୁରସ୍କୃତ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟ କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ । ଗୁରୁବାର ବଲାଙ୍ଗିର ଜରାସିଂହା ବନାମ ବୌଦ୍ଧ ମଧ୍ୟରେ ଖେଳ ହେବ ବୋଲି ଟୁର୍ଣ୍ଣାମେଣ୍ଟ କମିଟି ବରିଷ୍ଠ ସଦସ୍ୟ ବିଧୁ ଭୂଷଣ ତ୍ରିପାଠି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.