ଜିଲ୍ଲାସ୍ତରୀୟ ଆଶା ସମ୍ମେଳନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଟାଉନହଲଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ଆୟୋଜିତ ସମ୍ମିଳନୀରେ “ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗୀତା”କୁ ନେଇ ସମୂହ ସଂକଳ୍ପ ନିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ବିଶ୍ୱ ରଂଜନ ପତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ମିଳନୀରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରଦୀପ ଗୁରୁଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞ ଡାକ୍ତର ପ୍ରମୁଖ ଯୋଗଦେଇ ଗ୍ରାମୀଣ ସ୍ୱାସ୍ଥ୍ୟ ଓ ପରିବେଶ ତଥା ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବାକୁ କାର୍ଯ୍ୟରତ ଆଶା ଓ ଗାଁ କଲ୍ୟାଣ ସମିତିର କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ । ବିଶେଷକରି, ଶିଶୁ ମାତୃ ମୃତ୍ୟୁହାର ହ୍ରାସ, ଅପପୃଷ୍ଟି ନିରାକରଣ ପୂର୍ବକ ପୃଷ୍ଟି ବିକାଶ ଓ ମ୍ୟାଲେରିଆ ନିରାକରଣ ସହ ଗ୍ରାମୀଣ ପରିବେଶକୁ ପରିମଳ ବ୍ୟବସ୍ଥାରେ ସ୍ୱଚ୍ଛ ଓ ପରିଷ୍କାର କରି ରଖିବା ପରି କାର୍ଯ୍ୟକୁ ଗୁତୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପ୍ରଶଂସନୀୟ କାର୍ଯ୍ୟ କରି ଆସୁଥିବା ଜିଲ୍ଲାର ତିନି ଜଣ ଆଶାକର୍ମୀ, ଛଅଟି ସୁସ୍ଥ ଗାଁ ଓ ତିନୋଟି ସୁସ୍ଥ ପଂଚାୟତକୁ ସ୍ବତନ୍ତ୍ର ଭାବେ ମାନପତ୍ର ସହ ୧୦ ହଜାର ଟଂକାର ଅର୍ଥରାଶି ଦେଇ ପୁରସ୍କୃତ କରାଯାଇଛି । ସୂଚନୀୟ, ସୁବର୍ଣ୍ଣପୁର ଜିଲ୍ଲାରେ ୭୮୪ଟି ଗାଁ କଲ୍ୟାଣ ସମିତି କାର୍ଯ୍ୟକ୍ଷମ ଥିବା ବେଳେ ୫୯୫ ଜଣ ଆଶା ନିୟୋଜିତ ଅଛନ୍ତି ।

Leave A Reply

Your email address will not be published.