om academy

ମହାଲକ୍ଷ୍ମୀ ନାରାୟଣଙ୍କ ବିବାହ ଉତ୍ସବ ଅନୁଷ୍ଠିତ

jsm

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ରାଇରଙ୍ଗପୁର ସହର ସ୍ଥିତ ସ୍ଥାନୀୟ କୁଚେଇବୁଢୀ ଲକ୍ଷ୍ମୀ ମନ୍ଦିର ଠାରେ ମହାଲକ୍ଷ୍ମୀ ନାରାୟଣଙ୍କ ବିବାହ ଉତ୍ସବ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଗତ ୧୭ ତାରିଖ ସୋମବାର ସକାଳ ୮ଘଣ୍ଟା ୩୦ମି.ଠାରୁ ୧୦ଘଣ୍ଟା ୩୦.ମି ମଧ୍ୟରେ ମଙ୍ଗଳପାକ ଓ ହଳଦୀଲେପନ କାର୍ଯ୍ୟକ୍ରମ ହୋଇଥିଲା । ଆଜି ୧୮ ତାରିଖ ମଙ୍ଗଳବାର ସକାଳ ୯ଟା ୩୦.ମି ରେ ମା’ ଲକ୍ଷ୍ମୀ ନାରାୟଣଙ୍କ ବିବାହ ଉତ୍ସବ, ବରାନୁଗମନ, ରୁକ୍ମିଣୀ ହରଣ, ବିବାହ କର୍ମକାଣ୍ଡ ଆରମ୍ଭ ହୋଇଥିବା ବେଳେ ଦିବା ୧ଟାରୁ ୨ଟା ମଧ୍ୟରେ ପାଣିଗ୍ରହଣ ଓ ହସ୍ତଗଣ୍ଠି ହୋଇଥିଲା । ଏହାପରେ କମିଟି ପକ୍ଷରୁ ଭକ୍ତମାନଙ୍କ ନିମନ୍ତେ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟା ୫ଟାରେ ଦେବ ଦମ୍ପତ୍ତିଙ୍କ ନଗର ପରିକ୍ରମା ହେବା ପରେ ରାତ୍ର ୭ଟାରେ ଦେବ ଦମ୍ପତ୍ତିଙ୍କ ବନ୍ଦାପନା ଓ ମନ୍ଦିରପ୍ରବେଶ କରାଯାଇଥିଲା । ଏଥିରେ ମା’ ଲକ୍ଷ୍ମୀ ମନ୍ଦିର କୁଚେଇବୁଢୀ ଅଧ୍ୟକ୍ଷ ରବି ମହାନ୍ତି, ସଭାପତି ବାବୁଲୁ ମହାନ୍ତ, ଉପସଭାପତି ନିତେଶ ମଲ୍ଲିକ, ସଚିବ ସଞ୍ଜୟ ସାହୁ, କ୍ୟାସିୟର ଦୀପୁ ଦତ୍ତ ତଥା କାର୍ଯ୍ୟକର୍ତ୍ତାଗଣ ଜୟରାମ ଦାସ, ଆଲୋକ ସାହୁ, ସତୀଶ ଚନ୍ଦ୍ର ବାରିକ, ଅରବିନ୍ଦ ନାଏକ, ଟୁଟୁ ସାହୁ, କଂଗ୍ରେସ ଚନ୍ଦ୍ର ମହାନ୍ତ, ସନୁ ବେହେରା, ସୌଭାଗ୍ୟ ମହାନ୍ତ, ବସନ୍ତ ଦାସ, ଚିକୁ ମଲ୍ଲିକ, ଦିଲ୍ଲୀପ ଦତ୍ତ ପ୍ରମୁଖ ପରିଚାଳନା କରିଥିଲେ । ଏହି ବିବାହ କର୍ମକାଣ୍ଡରେ କନ୍ୟା (ମା’ ଲକ୍ଷ୍ମୀ)ଙ୍କ ପକ୍ଷରୁ କର୍ତ୍ତାକର୍ତ୍ତୀ ଭାବେ ସଞ୍ଜୟ ସାହୁ ଓ ଟିକି ସାହୁ ଭାର ଗ୍ରହଣ କରିଥିବା ବେଳେ ବର(ଶ୍ରୀ ନାରାୟଣ)ଙ୍କ ପକ୍ଷରୁ କର୍ତ୍ତାକର୍ତ୍ତୀ ଭାବେ ପ୍ରକାଶ (ବାବୁ) ଦତ୍ତ ଓ ସୁଷମା ଦତ୍ତ ନିଭାଇଥିଲେ । ଉକ୍ତ ଭାବମୟ ପରିବେଶରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

Leave A Reply

Your email address will not be published.