ତୁଷୁରା ସରକାରୀ ୟୁପି ସ୍କୁଲ୍ ଠାରେ ଯୋଗ ଶିବିର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଦେବ ସଂସ୍କୃତି ବିଶ୍ଵ ବିଦ୍ୟାଳୟ, ହରିଦ୍ଵାର, ଉତ୍ତରାଖଣ୍ଡ ଆନୁକୂଲ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶଙ୍କ ନେତୃତ୍ୱରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତୁଷୁରା ଗାୟତ୍ରୀ ପରିବାରର ପ୍ରତିଷ୍ଠାତା ରାଧାରମଣ କେଡିଆ ଯୋଗ ଦେଇଥିଲେ ଓ ସମ୍ମାନିତ ଅତିଥି ଭାବେ ସାଉଁରିଆ ଜୈନ ଯୋଗଦେଇଥିଲେ । ହରିଦ୍ୱାରରୁ ଆସିଥିବା ଯୋଗଗୁରୁ ବାଙ୍କେ ବିହାରୀ ସାରସ୍ଵତ, ଗୌରବ କୁମାର ଓ ପ୍ରିୟାନ୍ସ ପ୍ରଜାପତି ଶିଶୁମାନଙ୍କୁ ଯୋଗ ଶିଖାଇଥିଲେ । ଶିଶୁମାନେ ଖୁବ୍ ଆଗ୍ରହର ସହ ଯୋଗ ଶିଖିଥିଲେ । ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ, ରଞ୍ଜିତା ନାଗ, ବିନ୍ଦୁ ମାହାଣା ଓ ଆକାଂକ୍ଷା ରାଣୀ ଯୋଶୀ ସହଯୋଗ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଡ. ଦାଶ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.