ଆମ୍ ଆଦମୀ ପାର୍ଟି ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଆମ୍ ଆଦମୀ ପାର୍ଟି ତରଫରୁ ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ଆପ ଓଡିଶା ପ୍ରବକ୍ତା ଆଶିଷ ପାଣ୍ଡେଙ୍କ ନେତୃତ୍ବରେ ଲୋଇସିଂହା ଠାରେ ୫୦ରୁ ଉର୍ଦ୍ଧ୍ୱ ଗରୀବ ପରିବାରଙ୍କୁ ଚାଉଳ, ପିଆଜ, ଆଲୁ, ଏବଂ ହାତ ଧୋଇବା ପାଇଁ ଗୋଟେ ଗୋଟେ ସାବୁନ୍ ବଣ୍ଟା ଗଲା । ଏହି କାର୍ଯ୍ୟକ୍ରମରେ ଆମ୍ ଆଦମି ପାର୍ଟିର ଦେଓଗାଁ ବ୍ଲକ ସଭାପତି ଶଙ୍କର୍ଷଣ ମହାପାତ୍ର ଆପ ବଲାଙ୍ଗିର ସୋସିଅଲ୍ ମିଡିଆର ଅଶୋକ ସୁନା, ହେମନ୍ତ ଜାଳ, ସୁଧୀର ବାଗ,ଏବଂ ଲୋଇସିଙ୍ଘା ଆମ୍ ଆଦମୀ ପାର୍ଟିର ମହିଳା ନେତ୍ରୀ ତଥା ପ୍ରତିଜ୍ଞା ସମାଜର ସଭାନେତ୍ରୀ ବବିତା ପଧାନ, ପଦ୍ମାଳୟା ସରମା, ଶଂକର ପ୍ରସାଦ ନାଗ, ସତ୍ୟନାରାୟଣ ସାହୁ, ମାନରଞ୍ଜନ ପଶାୟତ, ମେହେର ବାବୁ, ଜଗମୋହନ ସାହୁ, ଚିନା ଧାରୁଆ ଏବଂ ଜୋହରା ବେଗମ୍ ଆଦିଙ୍କ ଉପସ୍ଥିତିରେ ଶୁଖିଲା ଖାଦ୍ୟ ବଣ୍ଟାଗଲା ଏବଂ ପାର୍ଟିର ଏହି ପ୍ରକାର ଜନହିତଧିକାରୀ କାର୍ଯ୍ୟକ୍ରମକୁ ଦେଖି ଆଜି ଲୋଇସିଂହାର ଅନେକ ପୁରୁଷ ଏବଂ ମହିଳା ପାର୍ଟିରେ ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ ।

jittmm
Leave A Reply

Your email address will not be published.