jayashree

ଭୟାବହ ଅଗ୍ନିକାଣ୍ଡ

କଟକ : କଟକର ବଡ଼ ମେଡିକାଲ ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି । ସୂଚନା ଅନୁସାରେ ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ଗେଟ ସମ୍ମୁଖରେ ଥିବା ଏକ ଇଲେକ୍ଟ୍ରିକ୍ ଟ୍ରାନ୍ସଫରମରରେ ହଠାତ୍ ନିଆଁ ଲାଗି ଟ୍ରାନ୍ସଫରମରଟି ହଠାତ୍ ହୁ ହୁ ହୋଇ ଜଳିବା ଯୋଗୁଁ ସାଧାରଣ ଲୋକେ ଆତଙ୍କିତ ହୋଇଯାଇଥିଲେ । ପରେ ଖବର ପାଇ ମେଡିକାଲର ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ କାହିିଁକି ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ଜଣାପଡ଼ିନଥିବା ବେଳେ ବାରମ୍ବାର ଏଭଳି ଅଗ୍ନିକାଣ୍ଡ ଘଟୁଥିଲେ ମଧ୍ୟ ବିଦ୍ୟୁତ ବିଭାଗର ଦୁର୍ବଳତା ଯୋଗୁଁ ଏହା ଘଟୁଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.