jayashree

ଟିଟିଲାଗଡ଼ ଟିପିଡବ୍ଲୁଓଡ଼ିଏଲ୍‌ ଅଫିସରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର- ମାଗଣା ବିଜୁଳି ଯୋଜନା ବିଷୟରେ ସଚେତନତା ଅଭିଯାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଦ୍ୟୁତ୍‌ର ବ୍ୟବହାର ଏତେ ମାତ୍ରାରେ ବଢ଼ି ଚାଲିଛି ଯେ ବିନା ବିଦ୍ୟୁତ୍‌ରେ ଗୋଟାଏ ମିନିଟ କାଟିବା ବି ଅସମ୍ଭବ ହୋଇପଡିଛି । ଦିନକୁ ଦିନ ବିଦ୍ୟୁତ୍‌ ଯନ୍ତ୍ରପାତି ଖାସ କରି ଏସି ବ୍ୟବହାର ଦୃତଗତିରେ ବଢ଼ି ଚାଲିଛି । ଖରା ଦିନରେ ଏସି ବ୍ୟବହାର ଯୋଗୁଁ ବିଦ୍ୟୁତ ଟ୍ରାନସଫାର୍ମର ଉପରେ ଲୋଡ ବଢୁଛି, ଅଧିକ ଲୋଡ ଯୋଗୁଁ ଟ୍ରାନସଫାର୍ମର ପୋଡ଼ି ଯାଇଥାଏ । ବିଦ୍ୟୁତ୍‌ ଉତ୍ପାଦନ ନ ବଢ଼ିଲେ ଏହାର ସମାଧାନ ହୋଇ ପାରିବ ନାହିଁ । ସେଥିପାଇଁ ପ୍ରଥମେ ଆଗ ଆମକୁ ଜାଣିବାକୁ ହେବ ଯେ ବିଦ୍ୟୁତ୍ କିପରି ସୃଷ୍ଟି ହୁଏ ? ଆମେ ବ୍ୟବହାର କରୁଥିବା ବିଦ୍ୟୁତ୍‌ର ଶହେ ଭାଗରୁ ୭୫ ପ୍ରତିଶତ ଭାଗ ଆମେ ଥର୍ମାଲ ପାୱାର ଦ୍ଵାରା ପାଇଥାଉ । ଆଗାମୀ ୪ରୁ ୫ ବର୍ଷ ମଧ୍ୟରେ ତାପମାତ୍ରା ଆହୁରି ହୁ ହୁ ହୋଇ ବଢିବ, କାରଣ ହେଉଛି ଗ୍ରୀନ ହାଉସ ଗ୍ୟାସ୍‌ । ମିଥେନ୍ ଓ କାର୍ବନ ଡ଼ାଇଅକ୍ସାଇଡ୍ ବୃଦ୍ଧି ଯୋଗୁଁ ଏହି ଗ୍ରୀନ ହାଉସର କ୍ଷତି ହେଉଛି । ସେଥିପାଇଁ ତାପମାତ୍ରା ବୃଦ୍ଧି ପାଉଛି । ଆମେ ଏବେ ସାଧାରଣତଃ ମାଟି ତଳୁ କୋଇଲାକୁ ବାହାର କରି ତାକୁ ଜଳେଇବା ପରେ ବିଦ୍ୟୁତ୍‌ ଉତ୍ପାଦନ ହୋଇଥାଏ । ବିଦ୍ୟୁତ୍‌ ଚାହିଦାକୁ ଦୃଷ୍ଟିରେ ରଖି ଏବେ ଉତ୍ପାଦନ କରିବା ଆହୁରି କଷ୍ଟକର ହେଉଛି । ତା’ସହ ପରିବେଶ ଦୂଷିତ ହେବାରେ ଲାଗିଛି, ଯେମିତିକି ଆଜି ଦିଲ୍ଲୀରେ ପ୍ରଦୂଷଣ ଅବସ୍ଥା । ଏଣୁ ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଥର୍ମାଲ ପାୱାର ଅପେକ୍ଷା ଅନ୍ୟ ଉପାୟରେ ବିଦ୍ୟୁତ୍‌ ଚାହିଦାକୁ କିପରି ଯୋଗାଇ ହେବ ତାହା ପାଇଁ ଅନ୍ୟ ରାସ୍ତା ବାହାର କରି ଏହାର ସମାଧାନ ପାଇଁ ଚେଷ୍ଟା ଚଳାଇଛନ୍ତି । ତାହା ହେଉଛି ରିନ୍ଵିୱାଲ ଏନ୍‌ର୍ଜି ବା ସୋଲାର ଏନ୍‌ର୍ଜି ପ୍ରୋଜେକ୍ଟ । ସେଥିପାଇଁ ଏବେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଓ ମାଗଣା ବିଜୁଳି ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନାରେ ଲୋକେ କିପରି ଲାଭ ଉଠାଇ ପାରିବେ ସେ ନେଇ ଶୁକ୍ରବାର ଦିନ ଟିପିଡବ୍ଲୁଓଡ଼ିଏଲ୍‌ କାର୍ଯ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ଏଗଜିକ୍ୟୁଟିଭ ଇଞ୍ଜିନିୟର ରିନ୍ଵିୱାଲ ଏନ୍‌ର୍ଜି ସତ୍ୟବ୍ରତ ପଣ୍ଡା । ଏକ କିଲୋୱାଟ ବିଜୁଳି ପାଇଁ ଖର୍ଚ୍ଚର ୩୦ ହଜାର ଦେବେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ତରଫରୁ ୨୦,୦୦୦ ଛାଡ, ଦୁଇ କିଲୋୱାଟ ପାଇଁ ଏକ ଲକ୍ଷ ଛାଡ, ୩ କିଲୋୱାଟ ପାଇଁ ୧ ଲକ୍ଷ ୩୮ ହଜାର ଟଙ୍କା ଛାଡ ହେବ ବୋଲି ସୂଚନା ଦେଇଛନ୍ତି ଟିପିଡବ୍ଲୁଓଡ଼ିଏଲ୍‌ ବୁର୍ଲାରୁ ଆସିଥିବା ଅଧିକାରୀ । ଏହି ସୋଲାର ପ୍ୟାନେଲକୁ ଘରର ଛାତ ଉପରେ ବସେଇ ହେବ । ସୋଲାର ସିଷ୍ଟମ ଯାହାକି ଅନ ଗ୍ରିଡ ସିଷ୍ଟମ ବୋଲି କୁହାଯାଉଛି । ଯାହାର ନାଁରେ ବିଦ୍ୟୁତ୍‌ ଲାଗିଛି ତାଙ୍କ ନାଁରେ ଆବେଦନ କରିପାରିବେ । ସେଥିପାଇଁ Pmsuryaghar.gov.inରେ ଆବେଦନ କରିପାରିବେ । ଏହି ବୈଠକରେ ଟିଟିଲାଗଡ଼ ଏସ୍‌ଡିଓ ବିନୟ କୁମାର ପାଣିଗ୍ରାହୀ, ରିନ୍ଵିୱାଲ ସୋଲାର ଏସିଷ୍ଟାଣ୍ଟ ଇଞ୍ଜିନିୟର ଗଣେଶ ଚନ୍ଦ୍ର ହାଁସଦା, ବଲାଙ୍ଗିର, ମହାଲକ୍ଷ୍ମୀ ଇଣ୍ଟର ପ୍ରାଇଜେସର ମାଲିକ ଗଙ୍ଗାଧର ସାହୁ, ସାଂସଦଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ ଓ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.