om academy

ଚଢ଼ାଉ ବେଳେ ଚୋରା ଦେଶୀ ମଦ ସହ ୨ ଗିରଫ

jsm

ରାଇରଙ୍ଗପୁର : ଅବକାରୀ ବିଭାଗର ଚଢ଼ାଉ ବେଳେ ଚୋରା ଦେଶୀ ମଦ ସହ ୨ ଗିରଫ ହୋଇଛ‌ନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ରାଇରଙ୍ଗପୁର ବାଦାମପାହାଡ଼ ଥାନାର ପାଣ୍ଡୁଗଣ୍ଡି ଓ ଦୁଧିଝରଣ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ାଉ ବେଳେ ୫୬ ଲିଟର ଦେଶୀ ମଦ ଜବତ କରିବା ସହିତ ପ୍ରାୟ ୧୬୦୦କି.ଗ୍ରା. ମହୁଲ ପୋଚ ନଷ୍ଟ କରିବା ସହିତ ଚୋରା ମଦ କାରବାରରେ ଲିପ୍ତ ଦୁଇ ଜଣ ଗିରଫ ହୋଇଛ‌ନ୍ତି । ଗିରଫ ଦୁଇ ଜଣ ହେଲେ ପଣ୍ଡୁଗଣ୍ଡି ଗାଁର ସୁନୀଲ ପୂର୍ତ୍ତ ଓ ଦୁଧିଝରଣ ଗାଁର ପିଥ ମାଝୀ । ୧୧୪/୨୦୨୧, ୧୧୫-୨୦୨୧ ଓ ୧୧୬/୨୦୨୧ରେ ମାମଲା ଦାୟର କରିଛି ଅବକାରୀ ବିଭାଗ ।

Leave A Reply

Your email address will not be published.