ଧାମନଗର : ଧାମନଗରରେ ନିର୍ବାଚନ ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଗତକାଲି ଭଦ୍ରକ ଜିଲ୍ଲାପାଳ ୧୪୪ ଧାରା ଜାରି କରିଥିବା ଜଣାପଡିଛି । ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବାକୁ ଏଥିରେ ମନା କରାଯାଇଛି । ସୂଚନାଯୋଗ୍ୟ ଯେ, ଧାମନଗର ରେ ଏନଏସି ନିର୍ବାଚନ ପାଇଁ ମତଦାନ ବେଳେ ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥରେ ବଚସା ହୋଇଥିଲା । ଏହି ସମୟରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିଲା । ଯୁବକ ଜଣକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପରେ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଗୁରୁତର ଯୁବକ ରମେଶ କୁମାର ଲେଙ୍କା ବୋଲି ଜଣାପଡିଛି । ଏହାକୁ ନେଇ ଧାମନଗରରେ ଉତ୍ତେଜନା ଦେଖା ଦେଇଥିଲା । ଟାୟାର ଜାଳି ଲୋକମାନେ ରାସ୍ତା ରୋକ କରିଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ସନ୍ଧ୍ୟାରେ ପୋଲିସ ଧାମନଗରରେ ଫ୍ଲାଗମାର୍ଚ୍ଚ କରିଥିଲା ।
Next Post