ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭାରତୀୟ ରେଳର ୧୦୦ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ ରେଳ ଷ୍ଟେସନ ଠାରେ ଏକ ପ୍ରଭାତ ଫେରି ପଦଯାତ୍ରା ଷ୍ଟେସନ ନିକଟରୁ ବାହାରିଥିଲା । ଉକ୍ତ ପଦଯାତ୍ରାରେ ରାୟଗଡ଼ ରେଳ ଡ଼ିଭିଜନ ଡି.ଆର୍.ଏମ୍ ଅମିତାଭ ସିଂଘଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରେଳ ବୈଦୁତିକରଣ ୧୦୦ବର୍ଷ ପୂର୍ତ୍ତି ଅବସର ପାଳନର ସୌଭାଗ୍ୟ ମିଳିଛି ବୋଲି କହିଛନ୍ତି । ଏହି ସୁଯୋଗ ମିଳିଥିବା ଯୋଗୁଁ ଭଗବାନଙ୍କୁ ଧନ୍ୟବାଦ୍ ଦେବା ସହ ନିଜକୁ ଭାଗ୍ୟବାନ ମନେ କରିଛନ୍ତି । ଶ୍ରୀ ସିଂଘଲ କହିଛନ୍ତି ଫେବୃୟାରୀ ୩ ତାରିଖ ୧୯୨୫ ମସିହାରେ ଛତ୍ରପତି ଶିବାଜୀ ଟରମିନସ ଠାରୁ ପ୍ରଥମ ଇଲେକ୍ଟ୍ରି ଟ୍ରେନ ଆରମ୍ଭ ହୋଇଥିଲା । ବର୍ତ୍ତମାନ୍ ଭାରତୀୟ ରେଳର ୯୭ ଭାଗ ବୈଦୁତିକରଣ ହୋଇ ସାରିଥିବା ବେଳେ ଆଉ ତିନିଭାଗ କାର୍ଯ୍ୟ ଅତିଶୀଘ୍ର ତ୍ଵରାନ୍ୱିତ କରାଯାଇ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ବୈଦୁତିକରଣ ହୋଇଯିବ । ରାୟଗଡ଼ ରେଳ ଡ଼ିଭିଜନରେ ଆହୁରି ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବାକୁ ହେବ । ଏହି ଉନ୍ନତି କାର୍ଯ୍ୟରେ ଆମେ ଯେପରି ସମ୍ପୂର୍ଣ୍ଣ ସହଯୋଗ କରିବା ତତ୍ପରତା ଦେଖାଇବା ନିମନ୍ତେ ମୁଁ ଏବଂ ମୋ କର୍ମଚାରୀ ସେବା ମନୋବୃତି ରଖିଛନ୍ତି । ଭାରତୀୟ ରେଳ ସମ୍ପୂର୍ଣ୍ଣ ବୈଦୁତିକରଣ ହେବା ଦ୍ୱାରା ଗନ୍ତବ୍ୟ ସ୍ଥଳରେ ଶୀଘ୍ର ପହଞ୍ଚିବାରେ ସହାୟକ ହେବ ଏବଂ ବାୟୁ ମଣ୍ଡଳରେ କାର୍ବନ ଡାଇଅକ୍ସାଇଡ ପରିମାଣ କମିବ । ଶବ୍ଦ ପ୍ରଦୂଷଣକୁ ରୋକାଯାଇ ପାରିବ । କିଛିଦିନ ମଧ୍ୟରେ ରାୟଗଡ଼ ଷ୍ଟେସନରେ ସୋଲାର ପ୍ୟାନେଲ ଗୁଡ଼ିକ ଲଗାଯିବ ବୋଲି କହିଛନ୍ତି । ପ୍ରଭାତ ଫେରି ମାଧ୍ୟମରେ ଲୋକେ ଆଜିର ଦିନକୁ ଯେପରି ମନେ ରଖିବେ ସେହି ଉଦ୍ଦେଶ୍ୟ ନେଇ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା । ଏହି ପଦଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ କୁମାର ରାୟଗଡ଼, ରାଜେନ୍ଦ୍ର କୁମାର୍, କଟେଶ୍ୱର୍ ରାଓ, ଚିଫ ବୁକିଙ୍ଗ ସୁପରଭାଇଜର- ଅଶୋକ କୁମାର ପାଢ଼ୀ, ମନୋଜ କୁମାର, ଶ୍ରୀନିବାସ ରାଓ, ଷ୍ଟେସନ ମ୍ୟାନେଜର ପରମାନନ୍ଦ ପିଡିକାକଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
Prev Post