
ବୌଦ୍ଧ, (କେପିଏନ୍ଏସ୍) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ମଣ୍ଡିରୁ ଉଠୁନି ଧାନ । ଅବ୍ୟବସ୍ଥା ଘେରରେ ସରକାରୀ ଓ ପ୍ରଶାସନିକ ଧାନ କିଣା ବ୍ୟବସ୍ଥା ରହିଥିବା ବେଳେ ମଣ୍ଡିରେ ଶହ ଶହ କୁଇଂଟାଲ ଧାନ ପଡିରହିଥିବା ଜଣାପଡ଼ିଛି । ପ୍ରାୟ ୨୮୦ ଜଣ ଚାଷୀଙ୍କ ପାଖାପାଖି ୧୧ ହଜାର କୁଇଂଟାଲ ଧାନ ମଣ୍ଡିକୁ ଗାଡି ନ ଆସିବା ଫଳରେ ପଡି ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଗତ ଜୁନ ୧ ତାରିଖରୁ ଟୋକନ ଆସିଥିବା ବେଳେ ୩୦ ତାରିଖରେ ଟୋକନର ଅବଧି ସରିବାକୁ ବସିଥିବା ବେଳେ ବର୍ଷାରେ ଭିଜି ଚାଷୀଙ୍କ ଧାନ ଗଜା ହୋଇଗଲାଣି । ମଣ୍ଡିରେ ଖୋଲା ଆକାଶ ତଳେ ଧାନ ପଡି ରହିଥିବାରୁ କେବେ ଧାନ ବିକିବେ ସେନେଇ ବର୍ତ୍ତମାନ ଚିନ୍ତାରେ ଚାଷୀ । ତେଣୁ ତୁରନ୍ତ ମନ୍ଦିରୁ ଧାନ ଉଠାଇବାକୁ ଦାବି କରିବା ସହ ଯଦି ଧାନ ନ ଉଠେ ତେବେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀମାନେ ।