om academy

ଇସ୍‌ଲାମିକ୍‌ ଆତଙ୍କବାଦ ବିରୋଧରେ ସଂପୂର୍ଣ୍ଣ ୟୁରୋପ ସହ ଠିଆ ହୋଇଛି ଆମେରିକା : ଡୋନାଲ୍‌ଡ଼ ଟ୍ରମ୍ପ

jsm

ୱାଶିଂଟନ୍‌ : ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ଼ ଟ୍ରମ୍ପ ବିଏନାରେ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ଦେଶ ଇସ୍‌ଲାମିକ୍‌ ଆତଙ୍କବାଦ ବିରୋଧରେ ସଂପୂର୍ଣ୍ଣ ୟୁରୋପ ସହ ଠିଆ ହୋଇଛି । ଟ୍ରମ୍ପ କହିଛନ୍ତି ଯେ, ଏଭଳି କ୍ରୁର ଆକ୍ରମଣ ନିଶ୍ଚିତ ଭାବେ ବନ୍ଦ ହେବା ଆବଶ୍ୟକ । ଭୀଷଣ ଆତଙ୍କୀ ଆକ୍ରମଣ ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି ଟମ୍ପ ।

ଆମେରିକାର ରାଷ୍ଟ୍ରପତି ଟ୍ୱିଟ୍‌ କରି କହିଛନ୍ତି, ୟୁରୋପରେ ଆତଙ୍କବାଦର ଆଉ ଏକ ଆତଙ୍କବାଦୀ ଘଟଣା ଘଟିଛି ଏବଂ ବିଏନାର ଲୋକଙ୍କ ସହ ଆମେରିକା ରହିଛି । ନିର୍ଦ୍ଦୋଷ ଲୋକଙ୍କ ଉପରେ ଏଭଳି ବର୍ବର ଆକ୍ରମଣକୁ ବନ୍ଦ କରାଯିବା ନିହାତି ଆବଶ୍ୟକ । ଅଷ୍ଟ୍ରିଆ, ଫ୍ରାନ୍ସ ଏବଂ ସଂପୂର୍ଣ୍ଣ ୟୁରୋପ ସହ ଆତଙ୍କବାଦ ବିରୋଧରେ ଠିଆ ହୋଇଛି ଆମେରିକା ।

Leave A Reply

Your email address will not be published.