ଲକ୍ଷ୍ନୌ : ଉତ୍ତରପ୍ରଦେଶର ନବ ନିର୍ବାଚିତ ବିଜେପି ସରକାରଙ୍କ ଶପଥ ଗ୍ରହଣ ସମାରୋହ ମାର୍ଚ୍ଚ ୨୫ ତାରିଖ ଅପରାହ୍ନ ୪ ଟାରେ ଅନୁଷ୍ଠିତ ହେବ । ସରକାରୀ ସୂତ୍ର ଶୁକ୍ରବାର ଦିନ ଏହି ସୂଚନା ଦେଇଛି । କୁହାଯାଇଛି ଯେ, ରାଜଧାନୀର ଶାହିଦ୍ ପଥରେ ଅବସ୍ଥିତ ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ଏହି ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ । ବିଜେପି ସୂତ୍ର ଅନୁଯାୟୀ, ଏହା ପୂର୍ବରୁ ମାର୍ଚ୍ଚ ୨୧ରେ ବିଜେପି ବିଧାନସଭା ମଣ୍ଡଳ ଦଳର ନେତା ନିର୍ବାଚିତ ହେବେ ।
ଜଣାପଡୁଛି ଯେ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପି ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହେବେ । ବିଜେପି ସୂତ୍ରରୁ ପ୍ରକାଶ ଯେ, ଶପଥ ଗ୍ରହଣ ପୂର୍ବରୁ ଯୋଗୀ ଆଦିତ୍ୟନାଥ ବିଜୟର ନେତୃତ୍ୱ ନେବେ ଏବଂ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ।