ଆସନ୍ତା କାଲି ପୁଣେ ଗସ୍ତ କରି ପ୍ରଧାନମନ୍ତ୍ରୀ ମୋଦୀ ମେଟ୍ରୋ ରେଳ ପ୍ରକଳ୍ପ ଉଦ୍‌ଘାଟନ କରିବେ

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ପୁଣେ ଗସ୍ତ କରିବେ ଏବଂ ସେଠାରେ ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିବା ସହିତ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍‌ଘାଟନ କରିବେ । ଏହା ବ୍ୟତୀତ ପିଏମ ମୋଦୀ ଅନ୍ୟ କେତେକ ପ୍ରକଳ୍ପର ମୂଳଦୁଆ ପକାଇବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ର ବିବୃତ୍ତି ଅନୁଯାୟୀ ପୁଣେ ମ୍ୟୁନିସିପାଲିଟି କର୍ପୋରେସନରେ ପୂର୍ବାହ୍ନ ୧୧ଟାରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବ ।

Leave A Reply

Your email address will not be published.