ମଦର ଡ଼ାଏରୀ ମଧ୍ୟ ଗ୍ରାହକଙ୍କୁ ଝଟକା ଦେଲା, ମୂଲ୍ୟ ବଢ଼ାଇଲା

ନୂଆଦିଲ୍ଲୀ : ମଦର ଡ଼ାଏରୀ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । ଶନିବାର ଦିନ ମଦର ଡ଼ାଏରୀ ପକ୍ଷରୁ କୁହାଯାଇଛି ଯେ ସେମାନେ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରୁଛନ୍ତି । ବର୍ଦ୍ଧିତ କ୍ଷୀର ମୂଲ୍ୟ ମାର୍ଚ୍ଚ ୬ ରବିବାର ଠାରୁ କାର୍ଯ୍ୟକାରୀ ହେବ । ଆସନ୍ତାକାଲି ଠାରୁ, ଦିଲ୍ଲୀ-ଏନସିଆର ସମେତ ଅନେକ ରାଜ୍ୟରେ ଗ୍ରାହକଙ୍କୁ ମଦର ଡ଼ାଏରୀ କ୍ଷୀର ପାଇଁ ଦୁଇ ଟଙ୍କା ଅଧିକ ଦେବାକୁ ପଡିବ । ନିକଟରେ ଅମୁଲ ଏବଂ ପାରାଗ ମଧ୍ୟ କ୍ଷୀରର ମୂଲ୍ୟ ବୃଦ୍ଧି କରିଥିଲେ ।

Leave A Reply

Your email address will not be published.