ପାଞ୍ଚଟି ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ସୋସିଆଲ ମିଡିଆ ଉପରେ ସୋନିଆ ଗାନ୍ଧୀ କ୍ରୋଧ କଚାଡ଼ିଲେ

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ କଂଗ୍ରେସର ପରାଜୟ ପରେ ସୋନିଆ ଗାନ୍ଧୀ ଲୋକସଭାରେ ସୋସିଆଲ ମିଡିଆରେ ଗଣତନ୍ତ୍ରକୁ ହ୍ୟାକ୍ କରିବାର ଗୁରୁତର ପ୍ରସଙ୍ଗ ଉଠାଇଛନ୍ତି । ସୋନିଆ ଗାନ୍ଧୀ କହିଛନ୍ତି, ସୋସିଆଲ ମିଡିଆ ମାଧ୍ୟମରେ ଆମର ଗଣତନ୍ତ୍ରକୁ ହ୍ୟାକ୍ କରିବାର ବିପଦ କ୍ରମାଗତ ଭାବେ ବଢ଼ୁଛି । ରାଜନୈତିକ ଉଦ୍ଦେଶ୍ୟ ସାଧନ କରିବା ପାଇଁ ଫେସବୁକ୍ ଏବଂ ଟ୍ୱିଟରକୁ ରାଜନେତା, ଦଳ ଏବଂ ସେମାନଙ୍କ ପ୍ରତିନିଧୀମାନେ ବ୍ୟବହାର କରୁଛନ୍ତି ।

ସୋନିଆ ଗାନ୍ଧୀ ଆହୁରି କହିଛନ୍ତି, ସର୍ବସାଧାରଣରେ ଏହା ବାରମ୍ବାର ସାମ୍ନାକୁ ଆସିଛି ଯେ ବିଶ୍ୱସ୍ତରୀୟ ସୋସିଆଲ ମିଡିଆ କମ୍ପାନୀ ଗୁଡ଼ିକ ସବୁ ଦଳକୁ ସମାନ ସୁଯୋଗ ଦେଉନାହାଁନ୍ତି । କ୍ଷମତାରେ ଥିବା ଲୋକଙ୍କ ସହଭାଗିତାରେ ଫେସବୁକ୍ ଦ୍ୱାରା ସାମାଜିକ ସୌହାର୍ଦ୍ଦ୍ୟ ଯେପରି ନଷ୍ଟ ହେଉଛି, ତାହା ଆମ ଗଣତନ୍ତ୍ର ପାଇଁ ବିପଦଜନକ ଅଟେ । ବୃଦ୍ଧ ଓ ଯୁବକମାନଙ୍କ ମନରେ ଦୁଷ୍‌ପ୍ରଚାର ମାଧ୍ୟମରେ ଘୃଣା ଭାବ ଭରି ଦିଆଯାଉଛି ।

Leave A Reply

Your email address will not be published.