oum

ଟ୍ରେନ୍ ଇଞ୍ଜିନରେ ଅଗ୍ନିକାଣ୍ଡ : ନିଆଁ ଲାଗିଥିବା ବଗିକୁ ଧକ୍କା ଦେଇ ଅଲଗା କଲେ ଯାତ୍ରୀ

jsm

ମିରଟ : ଟ୍ରେନ୍ ଇଞ୍ଜିନରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ନିଆଁ ଲାଗିଥିବା ବଗିକୁ ଧକ୍କା ଦେଇ ଅଲଗା କରିଛନ୍ତି ଯାତ୍ରୀମାନେ । ସୂଚନା ଅନୁସାରେ ଉତ୍ତର ପ୍ରଦେଶର ମିରଟ ପାଖରେ ଥିବା ଦୋରଲା ରେଲୱ ଷ୍ଟେସନ୍‌ରେ ଆଜି ସହାରନପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । । ଟ୍ରେନ୍‌ଟି ସକୌତି ଷ୍ଟେସନ୍ ପହଁଞ୍ଚିବା ପରେ ଗୋଟିଏ ବଗିରୁ ପୋଡି ଯିବାର ଗନ୍ଧ ଓ ଧୂଆଁ ବାହାରିବାରେ ଲାଗିଥିଲା । ଏହାପରେ ଟ୍ରେନ୍‌କୁ ମିରଟର ଦୌରାଲା ଷ୍ଟେସନ୍‌ରେ ରୋକି ଦିଆଯାଇଥିବା ବେଳେ ଏତେ ସମୟ ମଧ୍ୟରେ ତିନୋଟି ବଗିରେ ନିଆଁ ଲାଗିଯାଇଥିଲା । ସେତେବେଳକୁ ଟ୍ରେନ୍‌ର ସବୁ ବଗିରୁ ଯାତ୍ରୀ ବାହାରି ସାରିଥିଲେ। ଡ୍ରାଇଭର ନିଜର ଉପସ୍ଥିତ ବୁଦ୍ଧି ଦେଖାଇ ପ୍ରଥମେ ଟ୍ରେନ୍‌ର ଇଲେକ୍ଟ୍ରିକ୍ ଲାଇନ୍ କାଟି ଦେଇଥିଲେ। ଏହାପରେ ଲୋକଙ୍କ ସହିତ ଟ୍ରେନରେ ଧକ୍କା ଦେଇ ନିଆଁ ଲାଗିଥିବା ବଗିକୁ କାଟି ଅଲଗା କରିଦେଇଥିଲେ । ଯାହାଫଳରେ ଏକ ବଡ ଦୁର୍ଘଟଣାରୁ ରକ୍ଷା ମିଳିଯାଇଥିଲା। ଡିଆରଏମ୍ ଡିମ୍ପି ଗର୍ଗ କହିଛନ୍ତି, ଯାଞ୍ଚ ପାଇଁ ଏସଇଜି କମିଟି ଗଠିତ କରାଯାଇଛି ।

Leave A Reply

Your email address will not be published.