jayashree

ଆଗଲପୁର ବ୍ଲକ ସ୍ତରୀୟ ବିଜ୍ଞାନ କର୍ମଶାଳା

ଆଗଲପୁର, (କେପିଏନ୍‌ଏସ୍‌) : ଶୁକ୍ରବାର ସ୍ଥାନୀୟ ପଲ୍ଲିଶ୍ରୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଡୁଡୁକା ଠାରେ ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ମଞ୍ଜୁଲତା ଭୋଇଙ୍କ ଅଧ୍ୟକ୍ଷତାରେ ଆଗଲପୁର ବ୍ଲକ ସ୍ତରୀୟ ବିଜ୍ଞାନ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଅଛି, ଉକ୍ତ କାର୍ଯ୍ୟକ୍ରମରେ ଏବିଇଓ ଆରୁଣୀ ମହାନନ୍ଦ, ବିଜ୍ଞାନ ସଂଯୋଜକ ତାରାକାନ୍ତ ମିଶ୍ର, ବ୍ଲକ ବିଜ୍ଞାନ କନଭେନର ବାଳକୃଷ୍ଣ ମହାନନ୍ଦ, ଜିଲ୍ଲା ବିଜ୍ଞାନ ମାର୍ଗଦର୍ଶକ ସନାତନ ଠାକୁର, ସ୍ଥାନୀୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନାରାୟଣ ସାହୁ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୫ଟି ବିଷୟ ପାଇଁ ଭାଗବତିଆ ସାହୁ, ଦିଲୀପ କୁମାର ପାଠୀ, ତାରାକାନ୍ତ ମିଶ୍ର, ଜଗଦାନନ୍ଦ ବିଶ୍ୱାଳ, କ୍ଷୀରୋଦ୍ର ସାହୁ, ଦିଲୀପ ଧଳ ବିଜ୍ଞାନ ମେଳା, ସେମିନାର ଓ ଇନ୍ସପାୟାର ଆୱାର୍ଡ ପାଇଁ ମାର୍ଗ ଦର୍ଶନ କରିଥିଲେ । ବ୍ଲକର ସମସ୍ତ ସିଆର୍‌ସିସିଓ ମଧ୍ୟ ଉପସ୍ଥିତ ରହି ଆଗାମୀ ଦିନରେ କ୍ଲେଷ୍ଟର ସ୍ତରୀୟ ବିଜ୍ଞାନ ମେଲାକୁ ସଫଳତା କରିବା ପାଇଁ ଆଲୋଚନା କରିଥିଲେ । ଅଜି ୧୨ ଭାବରେ ନଅଗାଁ (କ) ରେ କାମକରିବାକୁ ଫାସଡ, ଡୁଡୁକା, ସାଲେଭଟା, କୁଟାସିଂହା, ବକଟୀ ନଅଗାଁ (ଖ), ଆଗଲପୁର କ୍ଲଷ୍ଟରର ସମସ୍ତ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ୧ମ ପର୍ଯ୍ୟାୟ ପରେ ଲଖନପାଲି ଆରସିସି ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକର ବିଜ୍ଞାନ ମେଳାର ସଂଖ୍ୟା ଓ ଗୁଣବତ୍ତା ବୃଦ୍ଧି କରିବା ପାଇଁ ଶେଷରେ ମାର୍ଗଦର୍ଶକ ଶ୍ରୀଯୁକ୍ତ ସନାତନ ଠାକୁର ମହାଶୟ ଉପସ୍ଥାପନ କରିଥିଲେ । ୨ୟ ପର୍ଯ୍ୟାୟରେ ନଅଗାଁ (ଖ) ଆଗଲପୁର, ଡୁଡୁକା, ସାଲେଭଟା, ବକଟୀ ଓ କୁଟାସିଂହା କ୍ଲଷ୍ଟରର ସମସ୍ତ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ । ୨ୟ ପର୍ଯ୍ୟାୟ ପରେପରେ ଜି.ଇ.ଓ ସୁଶ୍ରୀ ମଞ୍ଜୁଲତା ଭୋଇ ମହାଶୟା, ବ୍ଲକର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପ୍ରତି ସ୍କୁଲର ଉନ୍ନତ ଧରଣର ବିଜ୍ଞାନ ପ୍ରକଳ୍ପ ଆଣିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ ଶ୍ରୀଯୁକ୍ତ ତାରାକାନ୍ତ ମିଶ୍ର ସଂଯୋଜନା କରୁଥିଲେ । ଶେଷରେ ସିଆରସିସି ଶ୍ରୀଯୁକ୍ତ ଜ୍ୟୋତିର୍ମୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.