csstore

ବିଦ୍ୟାଳୟ ଚକ୍ଷୁ ସ୍ଵାସ୍ଥ୍ୟ ସମ୍ପର୍କିତ ବ୍ଳକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଅନ୍ତର୍ଗତ ବିଦ୍ୟାଳୟ ଚକ୍ଷୁ ସ୍ଵାସ୍ଥ୍ୟ ସମ୍ପର୍କିତ ବ୍ଳକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ସହ ବ୍ଳକ ଶିକ୍ଷା ଅଧିକାରୀ ଶିବ ପ୍ରସାଦ ଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ସଭାରେ ସହ ଶିକ୍ଷା ଅଧିକାରୀ ରାମସିଂ ଭୋଇ, ବିଶିକେସନ ଶତପଥୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଲଜୀ ପ୍ରସାଦ ପାଣିଗ୍ରାହୀ ଏଵଂ ବି. ଆର୍. ଟି ପ୍ରଭାତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ଗଣେଶ ଓ ମା ସରସ୍ୱତୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଟିକୁନୁ ସାହୁ ମନ୍ତ୍ରପାଠ କରିଥିଲେ । ଜମିଲା ଉପ ସ୍ଵାସ୍ଥ୍ୟକେନ୍ଦ୍ରରୁ ଆସିଥିବା ବ୍ଳକ ପ୍ରୋଗ୍ରାମ ମେନେଜର୍ ୱାସିମ୍ ରାଜା ଏହି ପ୍ରଶିକ୍ଷଣର ବିଭିନ୍ନ ଦିଗ ଉପରେ ବିଶଦ ଭାବରେ ଆଲୋଚନା କରିବା ସହ ବୁଝାଇଥିଲେ । ପ୍ରଭାତ ସାହୁ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ବିଶିକେସନ ଶତପଥୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.