ନୂଆଦିଲ୍ଲୀ, (ପିଆଇବି) : ଭାରତରେ ପ୍ରଥମ ଥର ପାଇଁ ଭୂତାଣୁ ବାହକ ଜରିଆରେ ମାନବ ଗୁଣସୂତ୍ର ଦ୍ୱାରା ଗୁରୁତର ହିମୋଫିଲିଆ ‘ଏ’ର ଚିକିତ୍ସା କରାଯାଇଛି । ଗୋଟିଏ ଗବେଷଣା କେନ୍ଦ୍ରରେ ୫ ଜଣଙ୍କ ଶରୀରରେ ବର୍ଷେ ଧରି ହୋଇଥିବା ପରୀକ୍ଷାରେ ଦେଖା ଯାଇଛି ଯେ, କାହାରି ଶରୀରରୁ ରକ୍ତ ବାହାରି ନାହିଁ । ସେମାନଙ୍କ ଶରୀରରେ ଦୀର୍ଘ ସମୟ ଧରି ଫ୍ୟାକ୍ଟର ଅଷ୍ଟମ ଆପେ ଆପେ ପ୍ରସ୍ତୁତ ହୋଇଥିଲା । ଏହା ଦ୍ୱାରା ବାହାରୁ ବାରମ୍ୱାର ଅଷ୍ଟମ ଫ୍ୟାକଟର ପ୍ରଦାନ କରିବାକୁ ପଡ଼ିନଥିଲା ବାୟୋଟେକ୍ନୋଲଜି ବିଭାଗର ସହାୟତାରେ ଓ ବ୍ରିକ୍ ଇନ୍ ଷ୍ଟେମ୍ ଅନୁବନ୍ଧିତ ଏକ ସଂସ୍ଥା ଭେଲୋର ସିଏମ୍ସିର ଷ୍ଟେମ୍ ସେଲ୍ ଗବେଷଣା କେନ୍ଦ୍ର (CSCR) ଦ୍ୱାରା ବିକଶିତ ହୋଇଥିବା ଏହି ବୈଜ୍ଞାନିକ ସଫଳତା ଚିକିତ୍ସା କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ କରିଛି । ପୂର୍ବରୁ ଦୁରାରୋଗ୍ୟ ଚିକିତ୍ସାରେ ଏମିତି ସଫଳତା ବହୁତ କମ୍ ମିଳୁଥିଲା । ହିମୋଫିଲିଆ ହେଉଛି ଏମିତି ଏକ ରୋଗ, ଯାହାକୁ ଏହି ରୋଗ ହୋଇଥାଏ, ସହଜରେ ତାର ରକ୍ତ ଜମାଟ ବାନ୍ଧେ ନାହିଁ । ରକ୍ତ ଜମାଟ ବାନ୍ଧୁ ଥିବା ଫ୍ୟାକ୍ଟର ଅଷ୍ଟମ ଓ ଫ୍ୟାକ୍ଟର ନବମ ଅଭାବରୁ ଏପରି ହୋଇଥାଏ । ଏହା ଦ୍ୱାରା କୌଣସି କାରଣରୁ ଯଦି ହିମୋଫିଲିଆ ଆକ୍ରାନ୍ତ ବ୍ୟକ୍ତିର ଶରୀରରୁ ରକ୍ତସ୍ରାବ ହୁଏ, ତେବେ ଏହା ଶୀଘ୍ର ବନ୍ଦ ହୁଏ ନାହିଁ । କାରଣ ସେହି ବ୍ୟକ୍ତିର ରକ୍ତ ଜମାଟ ବାନ୍ଧି ପାରେ ନାହିଁ । ଏପରି ରୋଗୀ ଓ ତାଙ୍କ ପରିବାର ଲୋକେ ସୁସ୍ଥ ଓ ଉତ୍ତମ ଜୀବନଯାପନ କରିପାରନ୍ତି ନାହିଁ । ହିମୋଫିଲିଆ ଯଦିଓ ଏକ ବିରଳ ରୋଗ, ତଥାପି ଭାରତ ହେଉଛି ଏପରି ରୋଗୀ ଥିବା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ । ଭାରତରେ ୧ ଲକ୍ଷ ୩୬ ହଜାର ହିମୋଫିଲିଆ ରୋଗୀ ଅଛନ୍ତି । ବାରମ୍ୱାର ଫ୍ୟାକ୍ଟର ଅଷ୍ଟମ ପ୍ରଦାନ କରି କିମ୍ୱା ରକ୍ତସ୍ରାବ ବନ୍ଦ କରୁଥିବା ବା ରକ୍ତସ୍ରାବ ହେବାକୁ ଦେଉନଥିବାର ଔଷଧ ବ୍ୟବହାର କରି ଗୁରୁତର ହିମୋଫିଲିଆ ରୋଗୀଙ୍କ ଚିକିତ୍ସା କରାଯାଇଥାଏ। । ଅତ୍ୟଧିକ ଦାମ୍, ଶିରା ପ୍ରଶିରା ଜରିଆରେ ଚିକିତ୍ସା ବିଶେଷ କରି ଶିଶୁଙ୍କ କ୍ଷେତ୍ରରେ, ଲୋକଙ୍କ ମଧ୍ୟରେ ଗ୍ରହଣୀୟତାର ଅଭାବ ପରି କେତେକ ପ୍ରତିବନ୍ଧକ ଯୋଗୁଁ ଠିକ ଭାବେ ହିମୋଫିଲିଆର ଚିକିତ୍ସା ହୋଇପାରୁନାହିଁ । ହିମୋଫିଲିଆର ଚିକିତ୍ସାରେ ଗୁଣସୂତ୍ରର ଉପଯୋଗ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଏହି ପଦ୍ଧତିରେ ଭାଇରାଲ ବାହକର ଉପଯୋଗ କରାଯାଇଥାଏ ଯାହାକି ସ୍ୱାଭାବିକ ଭାବେ ଗୁଣସୂତ୍ରର ନକଲକୁ ପ୍ରଦର୍ଶିତ କରିଥାଏ । ହିମୋଫିଲିଆ କ୍ଷେତ୍ରରେ ଗୁଣସୂତ୍ର ଚିକିତ୍ସା ଶରୀରକୁ ଫ୍ୟାକଟର ଅଷ୍ଟମ ସୃଷ୍ଟି କରିବାର କ୍ଷମତା ପ୍ରଦାନ କରିଥାଏ । ଫଳରେ ବାହାରୁ ବାରମ୍ୱାର ଏହା ପ୍ରଦାନ କରିବାକୁ ପଡ଼େ ନାହିଁ । ଏଏଭି ବାହକ ବଦଳରେ ଲେଣ୍ଟିଭାଇରାଲ ବାହକ ବ୍ୟବହାର କରି ସିଏସ୍ଆଇଆର୍ର ବୈଜ୍ଞାନିକମାନେ ଫ୍ୟାକଟର ଅଷ୍ଟମ ପୁନଃରୁଦ୍ଧାର କରିବାର ଆଉ ଏକ ବିକଳ୍ପ ବ୍ୟବସ୍ଥା ପ୍ରସ୍ତୁତ କରିବାର ପ୍ରୟାସ ଜାରି ରଖିଛନ୍ତି । ପ୍ରାକ୍ ପରୀକ୍ଷାରୁ ଯେଉଁ ଉତ୍ସାହଜନକ ତଥ୍ୟ ମିଳିଥିଲା, ତାକୁ ନେଇ ପ୍ରଥମ ମାନବ କ୍ଲିନିକାଲ୍ ପରୀକ୍ଷା କରାଯାଇଥିଲା । ଗୁରୁତର ହିମୋଫିଲିଆର ଚିକିତ୍ସା ପାଇଁ ଉପଯୋଗ କରାଯାଇଥିବା ଗୁଣସୂତ୍ର ଚିକିତ୍ସା ଟେକ୍ଲୋଲଜି ସୁରକ୍ଷିତ କି ନୁହେଁ, ଏହା ସମ୍ଭବପର କି ନୁହଁ, ତାହା ଜାଣିବାକୁ କରାଯାଇଥିଲା ଏହି ପରୀକ୍ଷା । ଏହି ପରୀକ୍ଷାରେ ୫ ଜଣଙ୍କୁ ସାମିଲ କରାଯାଇଥିଲା, ଯେଉଁମାନଙ୍କୁ ଅଟୋଲୋଗସ୍ ହେମାଟୋପଏଟିକ୍ ଷ୍ଟେମ୍ ସେଲ୍ (HSCs) ପ୍ରଦାନ କରାଯାଇଥିଲା । ଫ୍ୟାକଟର-ଅଷ୍ଟମ ଗୁଣସୂତ୍ର ଥିବା ଲେଣ୍ଟିଭାଇରାଲ ବାହକ ଜରିଆରେ ଏହା ପ୍ରଦାନ କରାଯାଇଥିଲା । ଏହି HSCs ଅନେକ ସମୟ ଯାଏ ସକ୍ରିୟ ଫ୍ୟାକଟର ଅଷ୍ଟମ ପ୍ରୋଟିନ୍ ପ୍ରସ୍ତୁତ କରୁଥିବା ରକ୍ତ କୋଷିକା ବୃଦ୍ଧି କରିଥିଲା । ଫଳରେ ରୋଗୀକୁ ବାରମ୍ୱାର ଫ୍ୟାକ୍ଟର ଅଷ୍ଟମ ପ୍ରୋଟିନ ପ୍ରଦାନ କରିବାକୁ ପଡ଼ିନଥିଲା । ଯେଉଁ ରୋଗୀମାନଙ୍କୁ ନେଇ ଏଇ ଚିକିତ୍ସା କରାଯାଇଥିଲା, ସେମାନଙ୍କୁ ୬ ମାସ ଯାଏ ଲଗାତର ଭାବେ ନିରୀକ୍ଷଣ କରାଯାଇଥିଲା । ରକ୍ତରେ ବାହକ ନକଲ ସଂଖ୍ୟା ସହିତ ଫ୍ୟାକ୍ଟର ଅଷ୍ଟମ କେମିତି ପ୍ରତିକ୍ରିୟା କରୁଛି, ତାହା ଅନୁଧ୍ୟାନ କରାଯାଇଥିଲା । ଲଗାତର ୮୧ ମାସ ଧରି କରାଯାଇଥିବା ଅନୁଧ୍ୟାନରୁ ଦେଖା ଯାଇଥିଲା ଯେ, ସମସ୍ତ ୫ ଜଣ ଯାକ ଅଂଶଗ୍ରହଣକାରୀଙ୍କ ଶରୀରରୁ ବର୍ଷକ ମଧ୍ୟରେ ଥରେ ମଧ୍ୟ ରକ୍ତସ୍ରାବ ହୋଇନଥିଲା । ଏହି ଗବେଷଣାର ତଥ୍ୟ ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିଲା ।