oom

ମଲିଆ ଗଡୁଆଙ୍କ ବିୟୋଗରେ ଓବିସି ମଂଚର ଶୋକସଭା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଓବିସି ମଂଚ କାର୍ଯ୍ୟାଳୟ ଠାରେ ରାଜ୍ୟ ଓବିସି ମଂଚ ଓଡିଶାର ସାଧାରଣ ସଂପାଦକ, ରାଜ୍ୟ ଡୁମାଲ ପରିଷଦ ବଲାଙ୍ଗିରର ସଂପାଦକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ପ୍ରାକ୍ତନ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଗୋପବନ୍ଧୁ ମଧ୍ୟ ଇଂରାଜୀ ବିଦ୍ୟାଳୟ ଛତାମଖନା ସ୍ୱର୍ଗତ ମଲିଆ ଗଡୁଆଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ବୁଦ୍ଧିଜୀବୀ ତଥା ଅବସରପ୍ରାପ୍ତ କର୍ମଚାରୀ ସଂଘର କର୍ମକର୍ତ୍ତା ଏବଂ ଓବିସି ମଂଚର କର୍ମକର୍ତ୍ତା ଏଥିରେ ଯୋଗଦାନ କରିଥିଲେ । ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା ପରେ ସ୍ୱର୍ଗତ ଗଡୁଆଙ୍କୁ ମନେ ପକାଇ ସମସ୍ତେ ତାଙ୍କର ଗୁଣଗାନ କରିଥିଲେ । ଏଥିରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଟଙ୍କଧର ଗଡତ୍ୟା, ବୈକୁଣ୍ଠ ସ୍ୱାଇଁ, ପ୍ରଦିପ କୁମାର ସାହୁ, ଉମାକାନ୍ତ ପାତ୍ର, ଭକ୍ତବନ୍ଧୁ ନାଏକ, ଜୟଦେବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଓବିସି ମଂଚ ବଲାଙ୍ଗିର ସଂଯୋଜକ ସଭା ପରିଚାଳନା କରିଥିବା ବେଳେ ରାଜ୍ୟ କୋଷାଧ୍ୟକ୍ଷ ଓବିସି ମଂଚ ପରଦେଶି ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.