lika

ଅଖିଳ ଭାରତୀୟ ଗ୍ରାମୀଣ ଡାକସେବକଙ୍କ ଧର୍ମଘଟ

gbag

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ଉପଖଣ୍ଡ ମୁଖ୍ୟ ଡାକଘର ସମ୍ମୁଖରେ ଗ୍ରାମୀଣ ଡାକସେବକଙ୍କ ଛ’ ଦଫା ଦାବୀ ଯଥା ଆଠ ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ, ସିଭିଲ ସର୍ଭେଣ୍ଟ ମାନ୍ୟତା ତଥା ପେନ୍‌ସନ୍‌, କମଲେସ ଚନ୍ଦ୍ର କମିଟି ସୁପାରିସ, ଗ୍ରାଚୁଇଟି ଦେଢ଼ ଲକ୍ଷରୁ ପାଞ୍ଚ ଲକ୍ଷ ଆଦି ଦାବୀ ନେଇ ଧର୍ମଘଟ ଚାରି ଦିନରେ ପହଁଚିଛି । ଗ୍ରାମ ସେବକ ସମୂହ ମୁଖ୍ୟ ଫାଟକ ଅବରୋଧ କରିଥିବା ଦୃଷ୍ଟିରୁ ଗ୍ରାହକ ଏଠାରେ ତାଂକର ବିଭିନ୍ନ ଡାକ ଦେବା, ସଂଚୟ, ଟଙ୍କା ବାହାର କରିବା ଆଦିରୁ ବାଧିତ ହେଉଥିବା ପରିଲକ୍ଷିତ ହେଉଅଛି । ଏହା ଦ୍ୱାରା ଅଧିକାଂଶ ଗ୍ରାହକ ଆସନ୍ତୁଷ୍ଟ ପ୍ରକାଶ କରିବା ସହ ଡାକ ସେବା ଉଚ୍ଚ କର୍ତ୍ତୃପକ୍ଷ ଏହାର ସମାଧାନ କରିବା ଆବଶ୍ୟକ ବୋଲି ଜନ ସାଧାରଣରେ ଚର୍ଚ୍ଚାର ବିଷୟ ସାଜିଛି ।

babaa
Leave A Reply

Your email address will not be published.