
- ସୁଶ୍ରୀ ସ୍ନେହଲତା
ଦାମ୍ପତ୍ୟ ଜୀବନକୁ ଆହୁରି ମଧୁର କରିବାକୁ କିଏବା ନଚାହେଁ । ହେଲେ ସାମାନ୍ୟ ଅସେଚତନତା ଯୋଗୁଁ ଅନେକ ସମୟରେ ମନାନ୍ତର ମତାନ୍ତର ଯୋଗୁଁ ପରିବାରର ଶୃଙ୍ଖଳା ନଷ୍ଟ ହୁଏ । ଦାମ୍ପତ୍ୟ ଜୀବନ ଏକ ମଧୁର ଓ ପବିତ୍ର ଯଜ୍ଞାନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବନାହିଁ । ସାମାନ୍ୟ ଜଗି ରହିଲେ, ଦାମ୍ପତ୍ୟ ଜୀବନ ଆହୁରି ମଧୁମୟ, ପ୍ରେମମୟ ହୋଇଥାଏ । ଆସନ୍ତୁ କିଛି ଟିପ୍ସ୍ ଜାଣିବା ।

- ସ୍ୱାମୀଙ୍କ ପସନ୍ଦ ଖାଦ୍ୟପେୟ ଉପରେ ଦୃଷ୍ଟି ଦିଅନ୍ତୁ । ସେଥିରେ ପୁଣି ତାଙ୍କ ସ୍ୱାସ୍ଥ୍ୟକୁ ଜଗିବା ବି ଆବଶ୍ୟକ ।
- କଥା କଟାକଟି ଭଳି ସ୍ଥିତି ଉପୁଜିଲେ, ନିଜେ ଟିକେ ଚୁପ୍ ରୁହନ୍ତୁ । ଯଦି ସ୍ୱାମୀଙ୍କ କିଛି ଭୁଲ୍ ରହିଛି, ତେବେ ଠିକ୍ ଶାନ୍ତ ପରିବେଶ ଦେଖି ତାଙ୍କୁ ବୁଝାଇ ଦିଅନ୍ତୁ ।
- ପରିବାରର ବୋଝ କିମ୍ବା ପିଲାମାନଙ୍କ ଅଳିଅର୍କଳିରେ ସ୍ୱାମୀଙ୍କ ଉପରେ ରାଗନ୍ତୁ ନାହିଁ । ନିଜେ ତାର ଉଚିତ ସମାଧାନର ବାଟ ଫିଟାନ୍ତୁ ।
- ସ୍ୱାମୀଙ୍କ ପକେଟ୍ ପରମିଟ୍ କରୁଥିବା ଭଳି କିଛି ଜିନିଷ ପାଇଁ ଅଝଟ କରିପାରନ୍ତି, କିନ୍ତୁ ଜିଦ୍ ନୁହେଁ ।
- ନିଜ ଆର୍ଥିକ ସ୍ଥ୍ିତି ଦେଖି ସ୍ୱାମୀ ଓ ପିଲାଙ୍କ ସହ କେବେ କେମିତି ବାହାରେ ଭୋଜନ କରନ୍ତୁ । ସୁବିଧା ଦେଖି ସ୍ୱାମୀଙ୍କ ସହ ବଜାରକୁ ବାହାରନ୍ତୁ । ପାର୍କ ବୁଲନ୍ତୁ, ସିନେମା ଦେଖିବାକୁ ଯାଆନ୍ତୁ ।