
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଭାରତ ପେଟ୍ରୋଲିୟମ ପାଖରେ କେନ୍ଦୁଭଟ୍ଟା ଛକ ନିକଟରେ ସକାଳେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ପାଇକମାଲ ସ୍ନେକ ହେଲ୍ଫ ଲାଇନ ଚିମନଲାଲ କଟାପଲିଆ ଓ ବନବିଭାଗ ମିଳିତ ଭାବରେ ଉଦ୍ଧାର କରି ନିକଟସ୍ଥ ଗନ୍ଧମାର୍ଦ୍ଦନ ପର୍ବତ ଉପରେ ଛାଡ଼ିଦେଇ ଥିବା ଜଣା ପଡିଛି । ସାପଟି ୮ ଫୁଟ ଥିବା ବେଳେ ୧୩ କେଜି ଓଜନ ସାପ ଥିଲା ବୋଲି ବନ ବିଭାଗ ସୂଚନା ଦେଇଛି ।