୧୧ ତମ ଭୀମପାହାଡ ମହୋତ୍ସବ ଉଦ୍‌ଘାଟିତ

  • ବଲାଙ୍ଗିରର ଏକତା କଳାପରିଷଦ ଓ ମଳମଣ୍ଡାର ବଜାଶାଳ ଦ୍ୱାରା ଦୁଲୁକିଲା ମଞ୍ଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀ ଭୀମପାହାଡ ପାଦଦେଶରେ ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ ୪ ଦିନ ଧରି ଅନୁଷ୍ଠିତ ହେବାକୁଥିବା ୧୧ତମ ଭୀମପାହାଡ ମହୋତ୍ସବ ବୁଧବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ଏହିଦିନ ସନ୍ଧ୍ୟାରେ ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥିô ଭାବେ ମୁଖ୍ୟ ଅତିଥିଭାବେ ସଇଁନ୍ତଲାର ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ଜାନକୀ ସାହୁ, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ପାରମ୍ପାରିକ ଲୋକକଳାକୁ ଉଜ୍ଜୀବିତ କରିରଖିବା ପାଇଁ ମହୋତ୍ସବ ଏକ ମାଧ୍ୟମ ବୋଲି ମତବ୍ୟକ୍ତ କରିବା ସହ ଏହି ଐ୍ୟତିହାସିକ ଭୀମପାହାଡକୁ ତତ୍କାଳୀନ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରିବା ପରେ ଦେଓଗାଁ ବ୍ଲକର ୧୩ନଂ ଜୋନର ମକୁନ୍ଦପୁର, ଉପରଝର, ମହଲାଇ ସମେତ ଆଖପାଖ ପଞ୍ଚାୟତର ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିଛି । ଏଣୁ ଏହି ପର୍ଯ୍ୟଟନସ୍ଥଳୀର ଉନ୍ନୟନ ଦିଗରେ ଆହୁରୀ ଅନେକ କାମ କରିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଥିଲେ । ଏ ଅବସରରେ ବିଳାସପୁର ଗାଁର ବରିଷ୍ଠ କଳାକାର ଶ୍ରୀପତୀ ଖାଡିଆଙ୍କୁ ଭୀମପାହାଡ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ମଧୂସୁଦନ ନାଏକଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲାଙ୍ଗିର ଏକତା କଳାପରିଷଦ ଦ୍ୱାରା ପାରମ୍ପାରିକ ଲୋକକଳା ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିବା ବେଳେ ମଳମୁଣ୍ଡାର ବଜାଶାଳ ଅନୁଷ୍ଠାନ ଦ୍ୱାରା ପାରମ୍ପାରିକ ବଜାରେ ମଞ୍ଚ ଦୁଲୁକି ଉଠିଥିଲା । ଏ ଅବସରରେ ବରିଷ୍ଠ କଳାକାର ରବିନ୍ଦ୍ର କୁମାର ସାହୁ ଓ ସାଥିଙ୍କ ଦ୍ୱାରା କଂସ ଦରବାର ଆରମ୍ଭ ହୋଇଥିଲା । ଏହଦିନ ସନ୍ଧ୍ୟାରେ କୁଲୁତାପଡା ପଞ୍ଚାୟତ ଶୁଲିଆପୀଠରୁ ମଶାଲ ଆସିବା ପରେ ଆଦିବାସୀ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇ ମଶାଲକୁ ସ୍ୱାଗତ କରିଥିଲେ । ଗିରିଗୋବର୍ଦ୍ଧନ ପୂଜା କମିଟି ଆନୁକୂଲ୍ୟରେ ଚାଲିଥିବା ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ ୨୪ପ୍ରହରୀ ନାମଯଜ୍ଞର ନାମାରମ୍ଭ ହୋଇଥିବା ବେଳେ ମୀନାବଜାର ମୂଖ୍ୟ ଆକର୍ଷଣ ସାଜିଛି । କାର୍ଯ୍ୟକ୍ରମକୁ ଭୀମପାହାଡ ମହୋତ୍ସବ କମିଟିର ସଭାପତି ପ୍ରମୋଦ କୁମାର ବହିଦାର, ଅଭିମନ୍ୟୁ ମାଝୀ, ଗୋବର୍ଦ୍ଧନ ସାହୁ, ନନ୍ଦିକିଶୋର ନାଏକ, ପୂର୍ବତନ ସରପଞ୍ଚ ବାଳକ ପଧାନ, ରୂପାଧର ପୁଟା, ଦୟାସାଗର ନାଏକ, ପିତାମ୍ବର ପଧାନଙ୍କ ସମେତ ଗିରିଗୋବର୍ଦ୍ଧନ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ତଥା ଅଞ୍ଚଳବାସୀ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.