om academy

ଟିଟିଲାଗଡରେ ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଭାଇ ଜିଉନ୍ତିଆ

jsm

ଟିଟିଲାଗଡ , (ଗୌରବ ଦର୍ଜୀ) : ବର୍ଷରେ ଥରେ ଆସେ ଦଶହରା ମାସ । ଏଥିରେ ମା ଦୁର୍ଗା ଧରାପୃଷ୍ଠରେ ଅବତରଣ କରନ୍ତି । ଅଧର୍ମର ନାଶ ଓ ଧର୍ମର ଜୟ ପାଇଁ ମା ଦୁର୍ଗା ଏହି ଧରାପୃଷ୍ଠରେ ଅବତରଣ କରିଥାନ୍ତି। ଏହି ମାସ ଶୁକ୍ଳ ପକ୍ଷ ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ପୂଜା ହୋଇଥାଏ । ଏହା ମଧ୍ୟରେ ପଶ୍ଚିମ ଓଡ଼ିଶାରେ ପାଳିତ ହୁଏ ପବିତ୍ର ଭାଇ ଜିଉନ୍ତିଆ । ଭାଇମାନଙ୍କ ମଙ୍ଗଳ କାମନା କରି ଭଉଣୀମାନେ ଦଶହରା ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ମା ଦୁର୍ଗାଙ୍କ ପୂଜା କରନ୍ତି । ଭଉଣୀମାନେ ଅଷ୍ଟମୀ ତିଥିର ସକାଳୁ ନିର୍ଜଳା ଉପବାସ କରି ନବମୀ ତିଥିରେ ଭାଇମାନଙ୍କୁ ବନ୍ଦାପନା କରି ଜିଉନ୍ତିଆ ବାନ୍ଧିଲା ପରେ ଜଳ ଓ ଖାଦ୍ୟ ଗ୍ରହଣ କରିଥାଆନ୍ତି । ଦୁର୍ଗା ମଣ୍ଡପଗୁଡିକରେ ଭଉଣୀ ମାନେ ଏକତ୍ରିତ ହୋଇ ପୂଜା କରିଥାନ୍ତି। କିନ୍ତୁ ଗତ ମାର୍ଚ୍ଚ ମାସରୁ କୋରୋନା କଟକଣା ଦେଶ ସାରା ଜାରି ରହିଛି । ରଥଯାତ୍ରା, ଶ୍ରାବଣ, ଗଣେଶ ପୂଜା, ନୂଆଁଖାଇ, ବିଶ୍ଵକର୍ମା ପୂଜା ଓ ଆଜିକାର ଏହି ଦୁର୍ଗା ପୂଜା ସବୁ କୋରୋନାର କଟକଣାରେ ବାନ୍ଧି ହୋଇ ରହିଲା । କିନ୍ତୁ ଭାଇମାନଙ୍କ ମଙ୍ଗଳ କାମନା କରି ଭଉଣୀମାନେ ମା ଦୁର୍ଗାଙ୍କ ପୂଜା କରିଛନ୍ତି ବଡ଼ ଆଡମ୍ବରରେ । ଅଷ୍ଟମୀ ଦିନ ଆଜି ସନ୍ଧ୍ୟାରେ ଭଉଣୀ ମାନେ ବନ୍ଧକୁ ଯାଇ ବାଲିରେ ତିଆରି ଲିଙ୍ଗଙ୍କୁ ପୂଜା କରି ସନ୍ଧ୍ୟା ୭ଟା ସମୟରେ ମା ଦୁର୍ଗା ଙ୍କ ପୂଜା ଅର୍ଚ୍ଚନା କରିଥିଲେ । ଆସନ୍ତା କାଲି ନବମୀ ତିଥିରେ ଭୋର୍ ସକାଳୁ ବନ୍ଧକୁ ଯାଇ ଦୀପ ଭସାଣି କରି ବାଲି ତିଆରି ଲିଙ୍ଗଂକୁ ପୂଜା କରି ଆସିବେ । ଏହା ପରେ ଭାଇମାନଙ୍କୁ ବନ୍ଦପନା କରି ଜିଉନ୍ତିଅା ବାନ୍ଧି ବନ୍ଧିବେ । ଏହା ପରେ ଅଷ୍ଟମୀ ଦିନ ଠୁ ନିର୍ଜଳା ଉପବାସକୁ ନବମୀରେ ଭାଇମାନଙ୍କୁ ଜିଉନ୍ତିଆ ବାନ୍ଧିବା ପରେ ପାଣି ପିଇବେ ଓ ଖାଦ୍ୟ ଖାଇ ଉପବାସ ଭଙ୍ଗ କରିବେ । ଭଉଣୀମାନଙ୍କ ଭାଇ ପ୍ରତି ଏହି ପରି ଶ୍ରଦ୍ଧାକୁ ମା ନିଶ୍ଚୟ ରକ୍ଷା କରନ୍ତି ବୋଲି ବିଶ୍ୱାସ ରହିଛି।

Leave A Reply

Your email address will not be published.