“ତମାଖୁକୁ ନା” କରାଟେ ଅର୍ଗାନାଇଜେସନ ତରଫରୁ ବିଶ୍ୱ ତମାଖୁ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ତରଫରୁ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା କରାଟେ ଅର୍ଗାନାଇଜେସନ ର ସମ୍ପାଦକ ତଥା ଜାତୀୟ ସ୍ତରୀୟ କରାଟେ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିଷ୍ଟାଣ୍ଡ ସବ୍‌ କଲେକ୍ଟର ସୁଧାଂଶୁ ମାଝି, ଅନ୍ୟତମ ଅତିଥି ବିକାଶ ଭେଲି ବିଦ୍ୟାଳୟ ଅଧ୍ୟକ୍ଷ ଅମ୍ବରୀଶ ଦାସ, ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଅଧ୍ୟକ୍ଷ ନରେନ୍ଦ୍ର ମିଶ୍ର ଓ କିଡ୍‌ଜୀ ସ୍କୁଲ ଅଧ୍ୟକ୍ଷା ସ୍ମିତା ପଟେଲ ଉପସ୍ଥିତ ଥିଲେ । ଏ ସଂଗଠନ କେବଳ କରାଟେ ଓ ଆତ୍ମରକ୍ଷା ପ୍ରଶିକ୍ଷଣରେ ସିମୀତ ନ ରହି ସମାଜର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ତଥା ସମାଜ ସେବାରେ ନିଜକୁ ସାମିଲ କରି ଆସୁଥିବାରୁ ମୁଖ୍ୟ ଅତିଥି ପ୍ରଶଂସା କରିଛନ୍ତି ଓ ତମାଖୁ ନିଶା ଦ୍ରବ୍ୟଠାରୁ ନିଜକୁ ଦୂରେଇ ରଖିବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ । ଏ ଅବସରରେ କରାଟେ ଅର୍ଗାନାଇଜେସନ ତରଫରୁ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଥିରେ ବିଭିନ୍ନ ସ୍କୁଲରୁ ୬୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ସମ୍ମାନିତ କରାଯିବ ବୋଲି କରାଟେ କୋଚ ଅସୀମ ଭୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.