ତରଭା ଏଇଏସ୍‌ କଲେଜରେ ରେଡ୍‌କ୍ରସ ତରଫରୁ କ୍ଳଷ୍ଟର ସ୍ତରୀୟ ଶିକ୍ଷା ଓ ତାଲିମ ଶିବିର

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଏଇଏସ୍ ମହାବିଦ୍ୟାଳୟରେ ଫେବୃୟାରୀ ୨୧ ତାରିଖରୁ ୨୫ ତାରିଖ ପର୍ୟ୍ୟନ୍ତ ଚାଲୁଥିବା ଯୁବ ରେଡକ୍ରସ୍ ପକ୍ଷରୁ କ୍ଳଷ୍ଟର ସ୍ତରୀୟ ଶିକ୍ଷା ଓ ତାଲିମ ଶିବିରର ଆଜି ଶେଷ ଦିନ । ଏହି କାର୍ୟ୍ୟକ୍ରମରେ ଉଦ୍‌ଘାଟନ ଅବସରରେ ତରଭା ବିଡ଼ିଓ ଚିନ୍ମୟୀ କଅଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯୁବ ରେଡ଼କ୍ରସର ଜିଲ୍ଲା ସଂଯୋଜକ ଉମାକାନ୍ତ ନାଗ, ଏଇଏସ୍‌ କଲେଜ ଅଧ୍ୟକ୍ଷ ମୀନତି ମିଶ୍ର ଆଦିଙ୍କ ଉପସ୍ଥିତିରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପିଲାମାନଙ୍କ ତାଲିମ ପ୍ରଶିକ୍ଷକ ଭାବରେ ଜୁନିଅର ରେଡ଼କ୍ରସ ସଂଯୋଜକ ରବି ଚନ୍ଦ୍ର ପଶାୟତ ଯୋଗ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ପିଲାମାନଙ୍କୁ ବିଶେଷ ଭାବରେ ପ୍ରାଥମିକ ଚିକିତ୍ସା ଉପରେ ତାଲିମ ପ୍ରଦାନ କରାଯାଇଥିଲା । ପିଲାମାନେ କିପରି ନିଜର ପ୍ରାଥମିକ ଚିକିତ୍ସା ନିଜେ କରିପାରିବେ, ସେ ଉପରେ ଶିକ୍ଷା ଦିଆଯାଉଛି । ପିଲା ମାନଙ୍କ ତାଲିମ ଶେଷ ହେଲା ପରେ ସମସ୍ତଙ୍କୁ ସାର୍ଟିଫିକେଟ ସହିତ ଫାଷ୍ଟ କିଟ୍ ପ୍ରଦାନ କରାଯିବ ବୋଲି କଲେଜ ଅଧ୍ୟକ୍ଷ ମୀନତି ମିଶ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.