ପିପିଲି : ପିପିଲି ବ୍ଲକ ଅନ୍ତର୍ଗତ ଯଇସ ପାଟଣା ଗ୍ରାମରେ ଅବସ୍ଥିତ ରଶ୍ମିରେଖା ଛତୁ ଉତ୍ପାଦନ କେନ୍ଦ୍ର ଠାରେ ଏମ୍.ଏସ୍.ଏମ୍.ଇ ଏବଂ ଡି.ଆଇ.ସିର ମିଳିତ ସହଯୋଗରେ ଏକ ପନ୍ଦର ଦିନିଆ ଶିଳ୍ପୋଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଓ ତାଲିମ୍ ଶିବିରର ଆଜି ଉଦ୍ଯାପନ ହୋଇ ଯାଇଛି । ଏହି ତାଲିମ୍ ଶିବିରରେ ପୁରୀ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ମୋଟ ୩୮ ଜଣ ମହିଳା ଏବଂ ପୁରୁଷ ପ୍ରଶିକ୍ଷଣ ନେଉଥିବା ବେଳେ ଏହା ଚଳିତ ମାସ ପନ୍ଦର ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ଏହି ପନ୍ଦର ଦିନ ଭିତରେ ଡି ଆଇ ସି କର୍ମକର୍ତ୍ତା, ବ୍ୟାଙ୍କ ଅଫିସର, ଏବଂ ଅଭିଜ୍ଞ ଶିଳ୍ପପତି ମାନେ ଆସି ବିଭିନ୍ନ ସମୟରେ ଶିକ୍ଷା ପ୍ରଦାନ କରିଥିଲେ । ଆଜିର ଏହି ଉଦ୍ଯାପନି ଦିବସରେ ଭୁବନେଶ୍ୱର ସ୍ଥିତ ଓ ଇ ଡି ର ସଂଯୋଜକ ସୁବ୍ରତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଲିମ୍ ନେଉଥିବା ସମସ୍ତ ବ୍ୟକ୍ତିଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ମୁଖ୍ୟବକ୍ତାଭାବେ ଓ ଇ ଡି ର ପ୍ରୋଗାମ ଅଫିସର ଜୀ ଏନ୍ ଭୋଳ ଏବଂ ସମ୍ମାନିତ ଅତିଥି ଭାବେ ରଶ୍ମିରେଖା ଛତୁ ଉତ୍ପାଦନ କେନ୍ଦ୍ରର ନିର୍ଦ୍ଦେଶକ ସଞ୍ଜିତ୍ କୁମାର ମହାନ୍ତି ଯୋଗଦେଇ ସମସ୍ତଙ୍କୁ ସ୍ୱାବଲମ୍ବୀ ହେବା ଦିଗରେ ବକ୍ତବ୍ୟ ମାଧ୍ୟମରେ ଉତ୍ସାହିତ କରିଥିଲେ । ଶେଷରେ ତାଲିମ୍ ପାଇଁ ଆସିଥିବା ସମସ୍ତ ବ୍ୟକ୍ତି ଛତୁ ଫାର୍ମ ବୁଲି ଦେଖିଥିଲେ ।