oom

ଷ୍ଟେଟ ବ୍ୟାଙ୍କ ଆର୍ସେଟି ଦ୍ୱାରା ପାପଡ, ଆଚାର ଓ ମସଲା ପାଉଡର ତାଲିମ ଉଦ୍‌ଯାପିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଷ୍ଟେଟ ବ୍ୟାଙ୍କ ଆର୍ସେଟି ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ମରୁଆଁରେ ଏକ ଦଶ ଦିନିଆ ପାପଡ, ଆଚାର ଓ ମସଲା ପାଉଡର ତିଆରି କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପାଟଣାଗଡ ବ୍ଲକର ମରୁଆଁ ପଂଚାୟତର ସରପଞ୍ଚ ବବିତା ପରୁଆ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ଏବଂ ଓପେକ୍ରା ପ୍ରୋଜେକଟର ସୁଭାସିନୀ ଦାସ ଅତିଥି ରୂପେ ଆସି ତାଲିମ ଗ୍ରହୀତାମାନଙ୍କୁ ତାଲିମ କାର୍ଯ୍ୟକ୍ରମକୁ ଭବିଷ୍ୟତରେ ପ୍ରକୃତ ଉପଯୋଗ କରିବା ପାଇଁ ଉପଦେଶ ଦେଇଥିଲେ । ଅନୁଷ୍ଠାନର ନିର୍ଦେଶକ ଚନ୍ଦ୍ରମୋହନ ମୁର୍ମୁ ଆର୍ସେଟିର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ବିଷୟରେ ବୁଝାଇ ଥିଲେ ତାଲିମକୁ କାମରେ ଲଗାଇ ରୋଜଗାର ବୃଦ୍ଧି ପାଇଁ ମତବ୍ୟକ୍ତ କରିଥିଲେ । ପ୍ରଶିକ୍ଷକ ହିମକାନ୍ତ ଶତପଥି ତାଲିମ ଗ୍ରହୀତାମାନଙ୍କର ଉତ୍ତୋରତ୍ତର ସର୍ବାଙ୍ଗୀନ ଉନ୍ନତି ପାଇଁ ଶୁଭକାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟଳୟ ସହକାରୀ ସୁଧୀର କୁମାର ବେହେରା ଓ ସାଗରିକା ହୋତା ସହଯୋଗ କରିଥିଲେ । ଅନ୍ତିମ କାର୍ଯ୍ୟକ୍ରମରେ ତାଲିମ ଗ୍ରହୀତାମାନେ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.