ଗଞ୍ଜାମ ଟାଏକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ର ନିମନ୍ତେ ଆବଶ୍ୟକୀୟ ପ୍ରୋତ୍ସାହନା, ସୁବିଧା ସୁଯୋଗ ପ୍ରଦାନ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଟାଏକୋଣ୍ଡୋ ଭଳି ଏକ ଅଲମ୍ପିକ ମାନ୍ୟତା ପାଇଥିବା ଖେଳରେ ଗଞ୍ଜାମ ଜିଲ୍ଲାର କ୍ରୀଡ଼ାବିତ୍‌ମାନେ କ୍ରମାଗତ ଭାବେ ଉନ୍ନତ ପ୍ରଦର୍ଶନ କରି ଆସୁଛନ୍ତି । ଗତ ଜୁଲାଇ ୨୨ରୁ ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ କୋରିଆରେ ଅନୁଷ୍ଠିତ ବିଶ୍ୱ ଟାଏକୋଣ୍ଡୋ ଓପନ ପୁମସି ପ୍ରତିଯୋଗିତାରେ ଛତ୍ରପୁର ସ୍ଥିତ କେଏମପି କ୍ରୀଡ଼ା ଏକାଡେମୀର ୧୧ ଜଣ କ୍ରୀଡ଼ାବିତ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ସିନିୟର ମହିଳା ବର୍ଗରେ ଶୁଭଶ୍ରୀ ପାଢୀ ଆଫଗାନିସ୍ଥାନ ଓ ଚାଇନାର ଖେଳାଳିଙ୍କୁ ହରାଇ ଅନ୍ତିମ ରାଉଣ୍ଡରେ ପ୍ରବେଶ କରିଥିଲେ ସୁଦ୍ଧା ବିଶ୍ୱ ସ୍ତରରେ ୬ଷ୍ଠ ସ୍ଥାନରେ ପହଞ୍ଚି ଥିଲେ । ତେବେ ଏହା ମଧ୍ୟ ରାଜ୍ୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ । ଏଣୁ ସେମାନଙ୍କୁ ଉନ୍ନତ ମାନର ତାଲିମ ପ୍ରଦାନ କରିବା ପାଇଁ ଏକ ସ୍ଥାୟୀ ସ୍ଥାନ, ବାସ ଅବା ଉନ୍ନତମାନର କୋଠା ଯୋଗାଇ ଦେବାକୁ ଦାବୀ ହୋଇଛି । ଏ ନେଇ ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏହି ଦାବୀ ମୁତାବକ ଅନୁରୋଧ କରାଯାଇଛି । ରବିବାର ଦିନ ଓଡିଶା ଟାଏକୋଣ୍ଡୋ ସଂଘର ସମ୍ପାଦକ କେ. ମନୋଜ ପ୍ରଧାନଙ୍କ ନେତୃତ୍ତ୍ୱରେ ଖେଳାଳିମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ବାସଭବନରେ ସାକ୍ଷାତ କରି ଜନ୍ମ ଦିବସର ଶୁଭେଚ୍ଛା ଜ୍ଞାପନ କରିଥିଲେ । ଜାତୀୟ ସ୍ତରରେ ଆଭାଷୀ ଜରିଆରେ ଅନୁଷ୍ଠିତ ପ୍ରତିଯୋଗିତାରେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ବିଜେତାମାନେ ହାସଲ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଡାକ ମାଧ୍ୟମରେ ଆସିଥିବା ପଦକ ସମ୍ମାନକୁ ଗଞ୍ଜାମ ଜିଲ୍ଲାପାଳଙ୍କ ହସ୍ତରେ ବିଜୟୀ ପ୍ରତିଯୋଗୀଙ୍କୁ ଆଭୂଷଣ କରାଯାଇଥିଲା । ବିଜୟୀନୀମାନେ ହେଲେ ଶୁଭଶ୍ରୀ ପାଢୀ, ତେଜସ୍ବୀନି ପାଢୀ, ରୁନ୍ସି ବେହେରା, ସୁଦୀପ୍ତ କୁମାର ସାହୁ ପ୍ରମୁଖଙ୍କୁ ଏହି ବ୍ରିଗେଡ଼ ସାହାସିକତା ବିଜେତା ସମ୍ମାନ ପଦକ ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତି, ଗଞ୍ଜାମ ଟାଏକୋଣ୍ଡୋ ଏକାଡେମୀର କୋଚ ଇ. ଲଳିତ କୁମାର, ରୁଦ୍ର ନାରାୟଣ ବେହେରା, ପି. ଅଭିମନ୍ୟୁ ରେଡି ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.