oom

ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ନର୍ସଙ୍କ ତତ୍ତ୍ୱାବଧାନରେ ମହିଳା ଜ‌ନ୍ମ ଦେଇଥିବା ଦୁଇ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟଣା : ତଦନ୍ତ ହେବ ବୋଲି କହିଲେ ଜିଲ୍ଲାପାଳ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ନର୍ସଙ୍କ ତତ୍ତ୍ୱାବଧାନରେ ମହିଳା ଜ‌ନ୍ମ ଦେଇଥିବା ଦୁଇ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ହେବ ବୋଲି କହିଛ‌ନ୍ତି ଜିଲ୍ଲାପାଳ । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନାରେ ଡାକ୍ତର ରହିଥିଲେ ମଧ୍ୟ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ନର୍ସଙ୍କ ତତ୍ତ୍ୱାବଧାନରେ ଜନୈକ ମହିଳା ଜ‌ନ୍ମ ଦେଇଥିବା ଦୁଇ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ନାନା ପ୍ରକାର ଚର୍ଚ୍ଚା ଚାଲିଥିବା ବେଳେ ଜିଲ୍ଲାପାଳ ଚଂଚଳ ରାଣା‌ଙ୍କ ତଦନ୍ତ ପ୍ରତିଶ୍ର୍ରୁତି ଲୋକଙ୍କ ଭିତରେ କିଛି ଆଶା ସଂଚାର କରିଛି । ବିଭାଗୀୟ ଅଧିକାରୀ ତଦନ୍ତ ବଦଳେ ଚୁପ୍‌ଚାପ ରହିଥିବା ବେଳେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଆଜି ସଇଁନ୍ତଲା ବ୍ଳକ ଗସ୍ତରେ ଆସିଥିବା ବଲାଙ୍ଗିର ଜିଲ୍ଲାପାଳ ଚାଞ୍ଚଳ ରାଣାଙ୍କୁ ଏହି ବିଷୟରେ ଅଭିଯୋଗ କରିବାରୁ ସେ କହିଛନ୍ତି ଯେ, ନିଶ୍ଚିତ ଭାବେ ତଦନ୍ତ ହୋଇ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ।

jittmm
Leave A Reply

Your email address will not be published.