oum

ବିଭତ୍ସ ହତ୍ୟାକାଣ୍ଡ : ସଂଘବଦ୍ଧ ଆକ୍ରମଣରେ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ

jsm

କୋରାପୁଟ : ଏକ ହୃଦୟ ବିଦାରକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦଶମନ୍ତପୁର ବ୍ଲକ୍‌ର ଲୁଲା ପଞ୍ଚାୟତ ଅଧୀନସ୍ଥ ଘାଣ୍ଟ୍ରାଗୁଡ଼ା ଗାଁରେ । ପୂର୍ବ ଶତ୍ରୁତା ଯୋଗୁଁ ସଂଘବଦ୍ଧ ଆକ୍ରମଣରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ଏହି ଆକ୍ରମଣରେ ସ୍ୱାମୀ ଲୋଛ ମୁଦୁଲି ଏବଂ ସ୍ତ୍ରୀ ଚିଙ୍ଗି ମୁଦୁଲି ମୃତ୍ୟୁବରଣ କରିଛନ୍ତି । ତେବେ ଆଠ ଦଶ ଜଣ ଲୋକ ସଂଘବଦ୍ଧ ଭାବରେ ଆକ୍ରମଣ କରି ବିଭତ୍ସ ହତ୍ୟାକାଣ୍ଡ ଭିଏଁଇଥିବା ଖବରରେ କୁହାଯାଇଛି । ପୁଲିସ ପକ୍ଷରୁ ମୃତକଙ୍କ ଶବ ଜବତ୍‌ କରାଯିବା ସହ ତନାଘନା ତଦନ୍ତ ଜାରି ରହିଛି । ଏବେ ଗାଁ ପୁରୁଷଶୂନ୍ୟ ହୋଇ ପଡ଼ିଥିବା ବେଳେ ଗାଁରେ ଏକ ଭୟଭୀତ ସ୍ଥିତି ଦେଖା ଦେଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.