ରାଜବୋଡାସମ୍ବର ବ୍ଲକ ସ୍ତରୀୟ ସୁରଭି ଅନୁଷ୍ଠିତ

  • ଶିଶୁ ପ୍ରତିଭାର ବିକାଶ ଆମର ଲକ୍ଷ୍ୟ : ବ୍ଲକ ଶିକ୍ଷା ଅଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଚ୍ଚ ବିଦ୍ୟାଳୟ ଦେଉଳି ଠାରେ ଉତ୍ସାହ, ଉଦ୍ୟମ ଓ ଆନନ୍ଦର ପରିବେଶରେ ଆୟୋଜିତ ହୋଇଯାଇଛି । ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଖଗେଶ୍ୱର ଦାଶ, ମୁଖ୍ୟବକ୍ତା ନିରାଳମ୍ବର ପଟେଲ, ସମ୍ମାନିତ ଅତିଥି ସୁବାଷ ଚନ୍ଦ୍ର ଝଗରା, ଏବିଇଓ ଜୟକୁମାର ସାହୁ, ବିଆର୍‌ସିସି ରାମସିଂ ଭୋଇ ଓ ଲତିକା ବିଶି ଯୋଗଦେଇଥିଲେ । ସଭାର ସଭାପତିତ୍ୱ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ କରିଥିଲେ । ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଏସ୍‌ଡିପିଓ ପାଣ୍ଡବ ଶବର, ମୁଖ୍ୟବକ୍ତା ଜନକଲାଲ ମେହେର ଓ ସମ୍ମାନିତ ଅତିଥି ଭାବେ ପ୍ରଶିକ୍ଷକ ବେଣୁଧର ବରିହା ଓ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଯୋଗଦେଇଥିଲେ । ସେମାନେ ବିଜେତା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରି ସ୍ନେହ ଓ ଶୁଭାଶିଷ ଦେଇଥିଲେ । ଏହି ଅବସରରେ ପୁରୁଣା ସିଆର୍‌ସିସି ମାନଙ୍କୁ ମାନପତ୍ର ଓ ଉପହାର ସହିତ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ନୂତନ ସିଆର୍‌ସିସିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କ୍ଲଷ୍ଟର ସ୍ତରରୁ ନିର୍ବାଚିତ ହୋଇ ଆସିଥିବା କୃତି ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜର କଳା, ସଂଗୀତ, ନୃତ୍ୟ, ନାଟକ ଓ ବିଜ୍ଞାନ ଦକ୍ଷତା ଦେଖାଇଥିଲେ । ଜୁନିଅର, ସିନିଅର ଓ ସ୍ୱତନ୍ତ୍ର ସିନିଅର ବିଭାଗରେ ବିଜେତା ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରୀୟ ସୁରଭି ପାଇଁ ନିର୍ବାଚିତ ହୋଇଛନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଚାରକ ଭୂମିକାରେ ରମେଶ ଗୁର୍ଲ୍ଲା, ମିନାକ୍ଷୀ ଭୋଇ ଓ ରାସେଶ୍ୱରୀ ପାଣିଗ୍ରାହୀ ଥିଲେ । କାର୍ଯ୍ୟକ୍ରମ ପରିଚାଳନା ନେତ୍ରାନନ୍ଦ ସାହୁ ଓ ଦିଲୀପ ଭୋଇ କରିଥିଲେ । ସାଂସ୍କୃତିକ ଅଂଶରେ ସୋନାଲିକା ଶବର ଓ ରବିନଶଙ୍କର ପଧାନ ନେତୃତ୍ୱ ନେଇଥିଲେ । ଏହି ଅବସରକୁ ସଫଳ କରିବାରେ ସିଆର୍‌ସିସି ଦ୍ୱିତୀକୃଷ୍ଣ ମେହେର, ଅଭିଷେକ ମହାନ୍ତି, ଦେବାନନ୍ଦ ଟୁରିଆ, ରାଜକୁମାର ସାହୁ, ଅଶୋକ କୁମାର ସାହୁ, ସୁଶିଲ ସିକା, ପ୍ରେମସାଗର ସାହୁ, ଶଶିକାନ୍ତ ସାହୁ, ଅଶୀଷ କୁମାର ବୈକର, ବିଶ୍ୱଜିତ ସୁନା, ସନ୍ତୋଷ ବେହେରା, ପରମେଶ୍ୱର ବିଶି, ସୁରେଶ ଚୌହାନ, ଶ୍ରୀକାନ୍ତ ସାହୁ, ଜଗବନ୍ଧୁ ବେହେରା, ପ୍ରଭାତ କୁମାର ସାହୁ ଓ ଭଗବାନ ଟାରିଆ ଅଗ୍ରଣୀ ଭୂମିକା ନେଇଥିଲେ । ଶେଷରେ ନେତ୍ରାନନ୍ଦ ପଧାନ ଧନ୍ୟବାଦ ଜଣାଇ ସଭାର ଶେଷ ଘୋଷଣା କରିଥିଲେ ।

Leave A Reply

Your email address will not be published.